fbpx
BJD SKY
BJD SKY

ଟେଷ୍ଟ ଦଳର ଅଧିନାୟକ ହେବାକୁ ପ୍ରସ୍ତୁତ ଯଶପ୍ରୀତ ବୁମରା, ଜାଣନ୍ତୁ କଣ କହିଲେ ଏହି ଦ୍ରୁତ ବୋଲର

BJD

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ୧-୨ରେ ହାରିବା ପରେ ଏବେ ଭାରତୀୟ ଦଳର ନଜର ଦିନିକିଆ ସିରିଜ୍ ଉପରେ ରହିଛି। ତେବେ ଟେଷ୍ଟ ସିରିଜ୍ ହାରିବା ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିବା ପାଇଁ ରୋହିତ, ରାହୁଲ, ବୁମରା ଏବଂ ପନ୍ତଙ୍କ ପରି ଖେଳାଳିଙ୍କ ନାମ ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଉପଅଧିନାୟକ କରାଯାଇଥିବା ଯଶପ୍ରୀତ ବୁମରା ସୋମବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତିମ, ଯଦି ତାଙ୍କୁ ଭାରତର ନେତୃତ୍ଵ ନେବାକୁ ସୁଯୋଗ ମିଳେ ତେବେ ଏହା ତାଙ୍କ ପାଇଁ ସମ୍ମାନର ବିଷୟ ହେବ।
ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ହଟିବା ପରେ ତାଙ୍କର ତିନି ଫର୍ମାଟ୍ର ଅଧିନାୟକ କ୍ୟାରିୟର ସମାପ୍ତ ହୋଇଛି। ଅନ୍ୟପଟେ ରୋହିତ ଶର୍ମା ଆସନ୍ତା ବର୍ଷ ୩୫ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ଏମିତି ଏକ ଖେଳାଳିଙ୍କୁ ଦଳର ଅଧିନାୟକ କରାଯାଉ ଯିଏ ଲମ୍ବା ସମୟ ଧରି ଦଳର ନେତୃତ୍ଵ ନେଇ ପାରିବ। ଏହି ଦୃଷ୍ଟିରୁ ବୁମରାଙ୍କୁ ମଧ୍ୟ ଅଧିନାୟକ ପଦର ଦାବିଦାର କୁହାଯାଉଛି।

ବୁମରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ସେ ଦଳର ନେତୃତ୍ଵ ନେବାକୁ ପ୍ରସ୍ତୁତ। ଭାରତର ନେତୃତ୍ଵ ନେବା ସମସ୍ତ ଖେଳାଳିଙ୍କ ପାଇଁ ସମ୍ମାନର ବିଷୟ। ଦଳର ନେତୃତ୍ଵ ଯିଏ ନିଅନ୍ତୁ ନା କାହିଁକି ମୁଁ ସର୍ବଦା ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବାକୁ ଚାହୁଁଛି। ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା। ମାତ୍ର ଗସ୍ତ ପୂର୍ବରୁ ଆହତ ହେବା କାରଣରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ୍ରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଦଳର ଅଧିନାୟକ କରାଯାଇଛି। ଦିନିକିଆ ସିରିଜ୍ରେ ବୁମରା ଦଳର ଉପ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ।

Get real time updates directly on you device, subscribe now.