fbpx

ବିବାହରେ ସ୍ୱାମୀ କଲା କିଛି ଏମିତି, ପରଦିନ ସ୍ତ୍ରୀ ଦେଲା ଛାଡ଼ପତ୍ର

ବିବାହ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ । ଏହିଦିନକୁ ଅପେକ୍ଷା କରିଥାନ୍ତି ଉଭୟ ବର-କନ୍ୟା । ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଚାହିଥିାନ୍ତି ଉଭୟ । ଏମିତିରେ ଯଦି ଆପଣଙ୍କ ପାର୍ଟନର କୌଣସି ଭୁଲ କରନ୍ତି ତେବେ ଆପଣ କ’ଣ କରିବେ? ସେ ଯାହା ବି ହେଉନା କାହିଁକି କିନ୍ତୁ ଏମିତି ଜଣେ କନ୍ୟା ବିବାହରେ ନିଜ ସ୍ୱାମୀଙ୍କ ଭୁଲ ଯୋଗୁଁ ସିଧା ଛାଡ଼ପତ୍ର ମାଗିଥିଲେ ।

ଏକ ଅନଲାଇନ ପ୍ଲାଟଫର୍ମରେ ନିଜର କାହାଣୀ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ବିବାହ ଦିନ ତାଙ୍କ ଇଚ୍ଛା ବିରୋଧରେ ଯାଇ କିଛି ଏମିତି କରିଥିଲେ ଯେଉଁଥିପାଇଁ ତାଙ୍କୁ ଅପମାନିତ ଲାଗିଥିଲା । ଯାହାକୁ ନେଇ ସେ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କ ସ୍ୱାମୀଙ୍କ ସହ ରହିବେ ନାହିଁ ଏବଂ ଛାଡ଼ପତ୍ର ଚାହିଥିଲେ । ସେ କହିଥିଲେ ବିବାହ ଦିନ କେକ୍ କଟିବା ପାଇଁ ଯୋଜନା କରିଥିଲେ । କିନ୍ତୁ ମହିଳା ଜଣକ ଚାହୁଥିଲେ ଯେପରି କେହି ତାଙ୍କ ମୁହଁରେ କେକ୍ ନ ଲଗାନ୍ତୁ ତାଙ୍କୁ ସ୍ୱାମୀଙ୍କୁ ଏହି କଥା ଜାଣିଥିଲେ ମଧ୍ୟ । କିନ୍ତୁ ଏହା ପରେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କ ମୁହଁଙ୍କୁ କେକ୍ ରେ ମାଡ଼ି ଦେଇଥିଲେ, ଯାହା ସେ ବିଲକୁଲ ଚାହୁନଥିଲେ । ଏମିତିରେ କ୍ରିସମାସ ପୂର୍ବରୁ ହୋଇଥିବା ବିବାହକୁ ଜାନୁଆରୀ ଶେଷ ସୁଦ୍ଧା ବିଚ୍ଛେଦ କରିବାକୁ ଚାହୁଛନ୍ତି ମହିଳା । ମହିଳାଙ୍କ ସ୍ୱାମୀ ତାଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ତାଙ୍କର ବୟଫ୍ରେଣ୍ଡ ମଧ୍ୟ ଥିଲେ ତେଣୁ ସେ ଜାଣିଶୁଣି ଏମିତି କରିଛନ୍ତି ବୋଲି କହିଥିଲେ ମହିଳା ।

ସେ କହିଛନ୍ତି ତାଙ୍କ ସ୍ୱାମୀ ଆଗରୁ ଅଲଗା ଭାବରେ କପ୍ କେକ୍ ରଖିଥିଲେ କାରଣ ସେ ଏମିତି କରିବାକୁ ଚାହୁଥିଲେ । ଏହି ଘଟଣା ପରେ ପରେ ତାଙ୍କ ସ୍ୱାମୀ ତାଙ୍କୁ କ୍ଷମା ମାଗିଥିଲେ ଏବଂ ତାଙ୍କ ପରିବାର ମଧ୍ୟ କ୍ଷମା ମାଗିବା ସହ ଘଟଣାକୁ ଅଧିକ ନବଢ଼ାଇବାକୁ ଅନୁରୋଧ କରିଛନ୍ତି ଏବଂ ବିବାହ ବିଚ୍ଛେଦ ନ କରିବାକୁ କହିଛନ୍ତି । ସେପଟେ ସୋସିଆଲ ମିଡିଆ ୟୁଜର୍ସ ବରଙ୍କୁ ଦୋଷୀ କହିବା ସହ କନ୍ୟାଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାକୁ କହିଛନ୍ତି ।

 

Get real time updates directly on you device, subscribe now.