fbpx

ପ୍ରଥମଦିନରେ ବକ୍ସ ଅଫିସରେ ପଠାନର ରେକର୍ଡ ଭାଙ୍ଗିଲା ଫିଲ୍ମ ଯବାନ, କଲା ବମ୍ପର କଲେକ୍ସନ୍

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ୨୦୨୩ ବର୍ଷର ମୋଷ୍ଟ ଆୱେଟେଡ ଫିଲ୍ମ ଯବାନ ସିନେମା ହଲରେ ମୁକ୍ତିଲାଭ କରିସାରିଛି । ତେବେ ଏହି ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିଛି । ଯବାନକୁ ଦର୍ଶକମାନଙ୍କ ଭଲ ରେସପନ୍ସ ମିଳିଛି ଏବଂ ଏଥିସହ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଓପନିଙ୍ଗ କରୁଥିବା ଫିଲ୍ମର ରେକର୍ଡ ମଧ୍ୟ ନିଜ ନାମରେ କରିସାରିଛି । ରିଲିଜର ପ୍ରଥମ ଦିନରେ ଫିଲ୍ମ ଯବାନ, ପଠାନ, ଗଦର-୨ ସହିତ ଅନ୍ୟାନ୍ୟ ଫିଲ୍ମର ରେକର୍ଡକୁ ମଧ୍ୟ ବ୍ରେକ୍ କରିଦେଇଛି । ଆସନ୍ତୁ ଜାଣିବା ଯବାନ ପ୍ରଥମ ଦିନ ଘରୋଇ ବକ୍ସ ଅଫିସରେ କେତେ କୋଟି କଲେକସନ କରିଛି ।

ଶାହରୁଖ ଖାନଙ୍କ ଫିଲ୍ମ ଯବାନ ରିଲିଜର ପ୍ରଥମ ଦିନରେ ବମ୍ପର ରୋଜଗାର କରି ଇତିହାସ ରଚନା କରିଛି । ବର୍ତ୍ତମାନ ଯବାନ ବଲିଉଡ଼ର ସବୁଠାରୁ ବଡ଼ ଓପନର ଫିଲ୍ମ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ପ୍ରଥମଦିନ ଫିଲ୍ମ ଯବାନ କେତେ ଟଙ୍କା ରୋଜଗାର କରିଛି ।

-ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ ଏବଂ ନୟନତାରା ଷ୍ଟାରର ଫିଲ୍ମ ଯବାନ ରିଲିଜର ପ୍ରଥମ ଦିନ ଘରୋଇ ବକ୍ସ ଅଫିସରେ ରେକର୍ଡ ଭାଙ୍ଗି ୭୫ କୋଟି ଟଙ୍କାର କଲେକ୍ସନ କରିଛି ।
-ଫିଲ୍ମ ଯବାନ ପ୍ରଥମ ଦିନ ହିନ୍ଦୀ ଭର୍ଜନରେ ୬୩ ରୁ ୬୫ କୋଟିର ନେଟ କଲେକ୍ସନ କରିଛି ଏବଂ ଏଥିସହ ପଠାନର ରେକର୍ଡ ବ୍ରେକ୍ କରିଦେଇଛି ।

ଯବାନ ଭାଙ୍ଗିଲା ପଠାନର ରେକର୍ଡ:
ଶାହରୁଖ ଖାନଙ୍କ ଫିଲ୍ମ ଯବାନ ପ୍ରଥମ ଦିନରେ ନିଜର ଅନ୍ୟ ଫିଲ୍ମ ପଠାନକୁ ମଧ୍ୟ ପଛରେ ପକାଇଛି । ପଠାନ ପ୍ରଥମ ଦିନରେ ହିନ୍ଦୀରେ ୫୫ କୋଟିର ରୋଜଗାର କରିଥିଲା । ସେହିପରି ଯବାନ ନିଜର ପ୍ରଥମ ଦିନରେ ଭାରତରେ ହାରାହାରି ୬୩ରୁ ୬୫ କୋଟି ଟଙ୍କାର ନେଟ କଲେକସନ କରିଛି । ତିନୋଟି ନେସନାଲ ଚେନ୍ସ- ପିବିଆର, ଆଇନକ୍ସ ଏବଂ ସିନେପଲିସରେ ଯବାନ ପ୍ରଥମଦିନରେ ୩୧ କୋଟି ଟଙ୍କାର କଲେକ୍ସନ କରିଛି । ସେହିପରି ଏହି ୩ଟି ଚେନରେ ପଠାନ ୨୭ କୋଟି କଲେକ୍ସନ କରିଥିଲା । ଯବାନ ପଠାନ ଠାରୁ ହିନ୍ଦୀ ଭର୍ଜନରେ ୮ କୋଟି ଟଙ୍କା ଅଧିକ କଲେକ୍ସନ କରିଛି ।

Get real time updates directly on you device, subscribe now.