fbpx

ଗୁଳିମାଡ଼ରେ JDU ନେତାଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସାଧାରଣ ଭାବେ ନିର୍ବାଚନ ସମୟରେ ବିଭିନ୍ନ ଦଳ ନେତାଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥାଏ । ତେବେ ଏପରି ଭାବେ ଜଣେ ରାଜନେତାଙ୍କ ମୃତ୍ୟୁ ଘଟିଛି । ଗୁଳିମାଡ଼ରେ ଜଣେ ଜେଡିୟୁ ନେତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ଜେଡିୟୁ ନେତା କୈଳାସ ମାହତୋଙ୍କର ଗୁଳିମାଡ଼ରେ ମୃତ୍ୟୁ ଘଟିଛି । କିଛି ଦୁର୍ବୃତ୍ତ କୈଳାସଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କୈଳାସଙ୍କ ଉପରକୁ ୪-୫ ରାଉଣ୍ଡ ଗୁଳି ଚଳାଯାଇଥିବା କୁହାଯାଉଛି । ବିହାରର କାଥିହାର ସ୍ଥିତ ବରାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରି ଦେଇଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ଏହି ମାମଲାରେ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ । ଦୁର୍ବୃତ୍ତମାନେ କୈଳାସଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଖୁବଶୀଘ୍ର ଦୋଷୀମାନେ ଧରା ପଡ଼ିବେ ବୋଲି ସ୍ଥାନୀୟ ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଜଣେ ଦଳୀୟ କର୍ମକର୍ତ୍ତାଙ୍କୁ ହରାଇ ଜେଡିୟୁରେ ଦୁଃଖର ଲହରୀ ଖେଳିଯାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.