fbpx

JEE- NEET- UGC NET ପରୀକ୍ଷା ହେବ ଭାରତୀୟ ଭାଷାରେ, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: କେନ୍ତ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ୧୬ ତାରିଖରେ ଏବିବିଏସ ଛାତ୍ରଛାତ୍ରୀଙ୍କ ୩ଟି ବିଷୟର ହିନ୍ଦି ପାଠ୍ୟପୁସ୍ତକର ଉନ୍ମୋଚନ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ମେଡିକାଲ ଶିକ୍ଷା ହିନ୍ଦି ଭାଷାରେ ଆରମ୍ଭ କରାଯାଇଥିଲା । ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଏମବିବିଏସ ପ୍ରଥମ ବର୍ଷ ପାଇଁ ଫିଜିଓଲୋଜି, ଆନାଟୋମି ଓ ବାୟୋ କେମିଷ୍ଟ୍ରିର ୩ଟି ହିନ୍ଦି ପୁସ୍ତକକୁ ଅନାବରଣ କରାଯାଇଥିଲା । ତେବେ ଆଗାମୀ ଦିନମାନଙ୍କରେ ଜେଇଇ, ନିଟ ଓ ୟୁଜିସି ନେଟ ପରୀକ୍ଷା ଭାରତୀୟ ଭାଷାରେ ହେବ ବୋଲି ଏହି ଅବସରରେ ଗୃହମନ୍ତ୍ରୀ ଶାହ କହିଥିଲେ ।

ଏ ବାବରେ ଶ୍ରୀ ଶାହ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଜେଇଇ, ନିଟ ଓ ୟୁଜିସି ପରୀକ୍ଷା ଏବେ ଭାରତୀୟ ଭାଷାରେ କରାଯିବ । ତାମିଲ, ତେଲୁଗୁ, ମାଲାୟଲମ, ଗୁଜରାଟୀ, ମରାଠି ଓ ବଙ୍ଗାଲି ଭାଷାକୁ ଅନୁବାଦ କରାଯାଇ ଏବେ ଇଞ୍ଜିନିୟରିଂ ପାଠ ପଢ଼ାଯାଉଥିବା ନେଇ ଟ୍ୱିଟ୍ କରିଥିଲେ ।

ଏଥିସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କହି ଶାହ କହିଥିଲେ, ମଧ୍ୟପ୍ରଦେଶ ସରକାର ୭୫ ପ୍ରତିଶତ ହିନ୍ଦି ଭାଷୀ ପିଲାଙ୍କୁ ମେଡିକାଲ ଶିକ୍ଷାରେ ପ୍ରବେଶ ନେଇ ସୁଯୋଗ ଦେଇଛନ୍ତି । ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ଅନୁସାରେ ମେଡିକାଲ କୋର୍ସକୁ ନିଜର ମାତୃଭାଷା ହିନ୍ଦିରେ କରାଯାଇଛି । ଏଥିପାଇଁ ସମସ୍ତ ମେଡିକାଲ କଲେଜ ଶିକ୍ଷକଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି । ଗତ ୩୨ ବର୍ଷ ଧରି ହିନ୍ଦିରେ ଏମବିବିଏସ ପାଠ ପଢ଼ା ଆରମ୍ଭ ନେଇ ଆନ୍ଦୋଳନ ଚାଲି ଆସିଥିଲା । ହିନ୍ଦିରେ ଏମବିବିଏସ ପାଠପଢ଼ା ଏକ ବଡ଼ ଆବଶ୍ୟକତାକୁ ପୂରଣ କରିବ । ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଇଂରାଜୀର ଅନେକ ଟେକ୍ନିକାଲ ଶବ୍ଦ କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Get real time updates directly on you device, subscribe now.