fbpx
BJD SKY
BJD SKY

ଝରାଫୁଲ ଡେଥ୍ କେସ୍: ‘୧୦୮ ନଡ଼ିଆ’ ବଢ଼ାଉଛି ସସପେନ୍ସ

BJD

ଭୁବନେଶ୍ୱର, ୧୪ା୨ (ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି । ଆଜି ଯାଜପୁର ପୋଲିସ ବୃନ୍ଦେଇପୋଷି ଗାଁରେ ପହଞ୍ଚିଛି । ଯାଜପୁର ଏସଡିପିଓ ଓ କୁଆଖିଆ ପୋଲିସର ଏକ ଟିମ୍ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ପଚରାଉଚରା କରିଛନ୍ତି ।

ଘଟଣା ପୂର୍ବରୁ କ’ଣ କଥା ହୋଇଥିଲେ ସେ ନେଇ ପୋଲିସ ଝରାଫୁଲଙ୍କ ବାପା-ମା’ଙ୍କୁ ପ୍ରଶ୍ନ କରିଥିଲା । ଝରାଫୁଲଙ୍କ ହତ୍ୟା ନେଇ ରାକେଶ ମୁହଁ ଖୋଲି ନଥିବା ବେଳେ ରାକେଶଙ୍କ ଘର ମାଲିକ ରାମଚନ୍ଦ୍ର ନାୟକ ଏକ ଭିନ୍ନ ବୟାନ୍ ଦେଇଛନ୍ତି । ରାମଚନ୍ଦ୍ର କହିଛନ୍ତି ଯେ, ରାକେଶ ରହୁଥିବା ଘର ଭିତରେ ୧୦୮ ନଡ଼ିଆ ପୂଜା କରିଥିଲା । ତେବେ ‘ସେ ଜଣଙ୍କୁ ମର୍ଡର କରିଛି, ଆଉ ଫେରାର ଅଛି । ମାନସିକ ପୂରଣ ହେଲେ ୧୦୮ ନଡ଼ିଆ ଦେବ’ ବୋଲି ରାକେଶ କହିଥିଲା । ଏକଥା କହିଛନ୍ତି ଗାଁ ବାସିନ୍ଦା ସୁଷମା ନାୟକ ।

ଅପରପକ୍ଷେ ଏସଡିପିଓ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ପୋଲିସ ମୃତ୍ୟୁର ପର୍ଦ୍ଦାଫାସ ନେଇ କିଛି କହୁନଥିବା ଝରାଫୁଲଙ୍କ ବାପା ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜାନୁଆରୀ ମାସ ୨୭ ତାରିଖରେ ଝରାଫୁଲଙ୍କ ମୃତଦେହ ଯାଜପୁରର କୁଆଖିଆ ନିକଟସ୍ଥ ମୂଳାପାଳରୁ ମିଳିଥିଲା । ଏକ ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକ ସହ ତାଙ୍କର ଝିଅର ପ୍ରେମ ସମ୍ପର୍କ ରହିଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେବା ପରେ ପୋଲିସ ସେ ଦିଗରେ ତଦନ୍ତ କରିଥିଲା ।

Get real time updates directly on you device, subscribe now.