fbpx

ଖୁବଶୀଘ୍ର ଖୋଲିବ ଝରାଫୁଲ ଡେଥ୍ ରହସ୍ୟ, ପୋଲିସକୁ ମିଳିଲା ପ୍ରମାଣ

ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ସସପେନ୍ସ ହଟୁନାହିଁ । ୫ ଦିନ ପରେ ମଧ୍ୟ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି । ଝରାଫୁଲଙ୍କ ମୃତ୍ୟୁ ପୂର୍ବର କିଛି ମୁହୂର୍ତ୍ତ ସିସିଟିଭିରେ କଏଦ ହୋଇଥିଲା । ତେବେ ସତ ଖୋଜିବା ପାଇଁ ପୋଲିସ ଫାଷ୍ଟଫୁଡରେ ତନାଘନା ଚଳାଇଛି ।

ମୃତ୍ୟୁ ପୂର୍ବରୁ ଝରାଫୁଲ ଓ ତାଙ୍କର ପୁରୁଷ ବନ୍ଧୁ ରାକେଶ ଗେଷ୍ଟ ହାଉସରେ ରାତି କଟାଇଥିଲେ । ତେବେ ଖଣ୍ଡଗିରିର ଉକ୍ତ ଗେଷ୍ଟ ହାଉସରେ ପୋଲିସ ଛାନଭିନ୍ ଚଳାଇଛି । ତଦନ୍ତ ସମୟରେ ଡଷ୍ଟବିନରୁ କିଛି ତଥ୍ୟ ପୋଲିସକୁ ମିଳିଛି । ତେବେ ଦୁହେଁ ରହିଥିବା ରୁମ ନମ୍ବର ୨୦୧କୁ ପୋଲିସ ସିଲ୍ କରିବା ସହ ଫିଙ୍ଗର ପ୍ରିଣ୍ଟ ନମୂନା ସଂଗ୍ରହ କରିଛି । ଏହା ସହ ବେଡ, ତକିଆ ଓ କମ୍ବଳ ମଧ୍ୟ ଜବତ କରାଯାଇଛି ।

ଅନ୍ୟ ଏକ ସିସିଟିଭି ଫୁଟେଜରେ ଦୁହେଁ ଭୁବନେଶ୍ୱରର ଏକ ରେଷ୍ଟୁରାଷ୍ଟରେ ଖାଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିରେ ରାକେଶ ଝରାଫୁଲଙ୍କୁ ଖୁଆଇ ଦେଉଥିଲେ । ଗତ ୨୬ ତାରିଖରେ ଦୁହେଁ ଫାଷ୍ଟଫୁଡ ଦୋକାନକୁ ଆସିଥିଲେ । ଖାଇବା ସମୟରେ ଝରାଫୁଲ କାନ୍ଦିବା ସହ ଫାଷ୍ଟଫୁଡରେ ବସି ବାନ୍ତି କରିଥିଲେ । ତେବେ ଫୁଡ ପଏଜନିଂ ବା ଅନ୍ୟ କିଛି ହୋଇଥିଲା ତାହା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ । ସିସିଟିଭି ଫୁଟେଜ ମିଳିବା ପରେ ଯାଜପୁର ପୋଲିସ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ନିକଟରୁ ଗତ ବୁଧବାର ଦିନ ଝରାଫୁଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.