fbpx

ଝାରଖଣ୍ଡ ବିଧାନସଭାରେ ଚମ୍ପଇ ସୋରେନ ରଖିଲେ ବିଶ୍ୱାସମତ, କହିଲେ, ‘ହେମନ୍ତ ହୈ ତୋ ହିମତ ହୈ’

Advertisement

ରାଞ୍ଚି: ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଆଜି ବହୁମତ ସାବ୍ୟବସ୍ତ କରିବେ । ଫ୍ଲୋର ଟେଷ୍ଟ ସମୟରେ ବିଧାନସଭାର କାର୍ଯ୍ୟବାହୀ ଆରମ୍ଭ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ବିଧାନସଭାରେ ଉପସ୍ଥିତ ଅଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଶ୍ୱାସ ମତ ଉପସ୍ଥାପନ କରିଛନ୍ତି । ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ଷମତାସୀନ ଦଳର ନେତା ବିଧାନସଭାରେ ଉପସ୍ଥିତ ଅଛନ୍ତି । ଜେଏମଏମ-କଂଗ୍ରେସ ହ୍ୱିପ ଜାରି କରି ଫ୍ଲୋର ଟେଷ୍ଟରେ ସମସ୍ତ ବିଧାୟକଙ୍କୁ ରହିବାକୁ ଆଦେଶ ଜାରି କରିଛି । ଫ୍ଲୋର ଟେଷ୍ଟ ପୂର୍ବରୁ କ୍ଷମତାସୀନ ଦଳର ୩୭ ବିଧାୟକ ହାଇଦ୍ରବାଦରୁ ରାଞ୍ଚି ଫେରିଛନ୍ତି ।

ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଶ୍ୱାସ ମତ ରଖିବା ବେଳେ କହିଛନ୍ତି ‘ହେମନ୍ତ ହୈ ତୋ ହିମତ ହୈ’ । ସେ କହିଛନ୍ତି ହେମନ୍ତ ସୋରେନଙ୍କ ନେତୃତ୍ୱରେ ସରକାର ୪ ବର୍ଷ ସୁରୁଖୁରୁରେ ଚାଲିଛି । ଝାରଖଣ୍ଡକୁ ସୁନାର ଚଢେଇ ଭଳି ଲୋକମାନେ ଦେଖିଥାନ୍ତି । ସେ କହିଛନ୍ତି ମୁଁ ହେମନ୍ତ ସୋରେନଙ୍କ ପାର୍ଟ ୨ ଅଟେ । ଏଠାରେ ସୂଚାଇ ଦିଆଯାଇପାରେ କି ବିଶ୍ୱାସ ମତ ଲାଗି ୧ ଘଣ୍ଟା ସମୟ ନିର୍ଦ୍ଧାରିତ କରାଯାଇଛି ।

Get real time updates directly on you device, subscribe now.