fbpx

ମାଗଣାରେ କଫିନ୍ ବାଣ୍ଟୁଛନ୍ତି ଝାଡଖଣ୍ଡ ସରକାର

ଏହାକୁ ନେଇ ବିଜେପି ଝାଡଖଣ୍ଡ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସଫେଇ ଦେଇଛି ଜେଏମଏମ୍

ନୂଆଦିଲ୍ଲୀ: କରୋନା ମାହାମାରୀ ଦେଶର ସ୍ୱାସ୍ଥ୍ୟାବସ୍ଥା ବିଗାଡି ଦେଇଥିବା ବେଳେ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖୁବ୍ ପ୍ରଭାବ ପକାଇଛି । ତେବେ ଖାଲି ସେତିକି ନୁହେଁ ସାମାଜିକ ସ୍ତର ଉପରେ ବି ଗଭୀର ଭାବରେ ପ୍ରଭାବ ପକାଇଛି । ସ୍ଥିତି ବର୍ତ୍ତମାନ ଏପରି ହୋଇଯାଇଛି ଯେ, ଲୋକମାନଙ୍କୁ ସାଧାରଣ ବ୍ୟବହାରଯୋଗ୍ୟ ଜିନିଷ ମିଳିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ନିଜ ପରିବାର ଲୋକଙ୍କ ପ୍ରତିପୋଷଣ କରିବାରେ ସବୁ ଟଙ୍କା ସରିଯିବାକୁ ବସିଥିବାରୁ ଲୋକେ ଆଜିକା ସମୟରେ ଗରିବ ଶ୍ରେଣୀକୁ ଚାଲି ଆସିଛନ୍ତି । ଶବସତ୍କାର କରିବାକୁ ବି ଲୋକଙ୍କ ପାଖରେ ଟଙ୍କା ନାହିଁ । ହେଲେ ସରକାର ଏବଂ କିଛି ସମାଜ ସେବୀ ସଂସ୍ଥା ଲୋକଙ୍କୁ ଏହି ବିପତ୍ତି ସମୟରେ ସାହାଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଭିତରେ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ସେମାନଙ୍କ ପରିଜନଙ୍କ ଶବସତ୍କାର କରିବା ପାଇଁ ମାଗଣାରେ କଫିନ୍ ଉପଲବ୍ଧ କରାଉଛନ୍ତି । ହେଲେ ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି ।

ମାଗଣା କଫିନ୍ ବାଣ୍ଟିବାକୁ ନେଇ ବିଜେପି ଝାଡଖଣ୍ଡ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ନେତା ଦୀପକ ପ୍ରକାଶ ଟୁଇଟ୍ କରି ହେମନ୍ତ ସୋରେନ୍ ସରକାରଙ୍କ ଉପରେ ବୟାନ ଜାରି କରି କହିଛନ୍ତି ଯେ, ଅଜବ ବିଡମ୍ବନା, ଗୋଟେପଟେ କେନ୍ଦ୍ର ସରକାର ଦେଶବାସୀଙ୍କ ଜୀବନ ବଞ୍ଚାଇବାକୁ ଯୁଦ୍ଧ ସ୍ତରରେ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଝାଡଖଣ୍ଡ ସରକାର ଜନତାଙ୍କୁ ମାଗଣା କଫିନ୍ ବାଣ୍ଟିବା ଉପରେ ଜୋର ଦେଉଛନ୍ତି ।

ତେବେ ବିଜେପିର ଏହି ବୟାନ ପରେ ଏହାର ଉତ୍ତରରେ ଶାସନ କରୁଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ୍ ର ଜଣେ ଅଧିକାରୀ ଟୁଇଟ୍ କରି କହିଛନ୍ତି ଯେ, “ହେମନ୍ତ ସୋରେନ୍ ନିଶୁଳ୍କ ଭାକସିନ୍ ମଧ୍ୟ ଦେଉଛନ୍ତି, ହେଲେ ଘଟିଆ ରାଜନୀତି ପାଇଁ ଆପଣ ମାନଙ୍କୁ କେବଳ କବର ହିଁ ନଜର ଆସୁଛି” । ତେବେ ଖାଲି ସେତିକି ନୁହେଁ ବିଜେପି କୁ ଇସାରା କରି ଆହୁରି ମଧ୍ୟ କୁହାଯାଇଛି ଯେ, “ତେବେ ଆପଣଙ୍କ ଉତ୍ତମ ପ୍ରଦେଶରେ ଗଙ୍ଗା ତଟରେ ଭାସୁଥିବା ଗରିବ ଲୋକଙ୍କ ଶବ, ବାଲିରେ ପୋତା ହୋଇଥିବା ଶବ ସବୁ କୁକୁର ଏବଂ ଚିଲ ମାନଙ୍କ ଦ୍ୱାରା ମାଟି ଭିତରକୁ ଯାଉଛି । ତେଣୁ ଗରିବ ଲୋକଙ୍କ ଏହି ଦୃଶ୍ୟ ବୋଧ ହୁଏ ଆପଣଙ୍କୁ ଦେଖିବାକୁ ପସନ୍ଦ । ତେଣୁ ଗରିବ ଲୋକଙ୍କୁ ମୃତ୍ୟୁ ପରେ କଫିନ୍ ମଧ୍ୟ ମିଳୁନି” ।

Get real time updates directly on you device, subscribe now.