fbpx

କୋଭାକ୍ସିନକୁ ତୁରନ୍ତ ଅନୁମତି ଦିଅ: ଭାରତ ବାୟୋଟେକ୍

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଭାରତ ବୟୋଟେକ୍ ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)କୁ ଏକ ଆଶୁ ଆବେଦନ କରିଛି । କୋଭାକ୍ସିନ୍ ଟିକାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସମସ୍ତ ପ୍ରକାର ପ୍ରମାଣପତ୍ର ଦେଇଛି କମ୍ପାନି । ଏଥିପାଇଁ କମ୍ପାନି ପକ୍ଷରୁ ୯୦ ପ୍ରତିଶ୍ରତ ପ୍ରମାଣପତ୍ର ଦିଆଯାଇଛି । ଆଉ ବଳକା ପ୍ରମାଣପତ୍ର ଆସନ୍ତା ମାସ ସୁଦ୍ଧା ଦାଖଲ କରାଯିବ ବୋଲି ଜଣାପଡ଼ିଛି । ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ କୋଭାକ୍ସିନକୁ ତାଲିକାଭୁକ୍ତ କରିବ ବୋଲି କମ୍ପାନି ଆଶାବ୍ୟକ୍ତ କରିଛି ।

ତେବେ ଏଥିପାଇଁ ଦୁଇଟି ପର୍ଯ୍ୟୟ ଦେଇ ଯିବାକୁ ହେବ । ପ୍ରମାଣପତ୍ରର ସମୀକ୍ଷା କରାଯିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଦୁଇଟି ପର୍ଯ୍ୟାୟ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରିକାଳୀନ ପରିସ୍ଥିତିରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମତି ପ୍ରଦା କରାଯାଇଥିଲ । ଏଥିସହ ବିଶ୍ୱସ୍ତରୀୟ ୭ଟି ଟିକାକୁ ଅନୁମୋଦିତ କରାଯାଇଥିଲା । ଏଥିସହ ରୁଷ ପ୍ରସ୍ତୁତ ସ୍ପୁଟନିକ୍ ଟିକାକୁ ମଧ୍ୟ ଜରୁରିକାଳୀନ ଅନୁମୋଦନ ପାଇଁ ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.