“କୌଣସି ଜନଜାତିକୁ ଆଦିବାସୀ କହିବା ଅପରାଧ ନୁହେଁ”: ହାଇକୋର୍ଟଙ୍କ ବଡ଼ ଶୁଣାଣି

ଏକ ପିଟିସନର ଶୁଣାଣି କରି ଝାଡ଼ଖଣ୍ଡ ହାଇକୋର୍ଟ କହିଛନ୍ତି ଯେ, କୌଣସି ଜନଜାତିକୁ ଆଦିବାସୀ କହିବା ଭୁଲ ନୁହେଁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହାଇକୋର୍ଟ କହିଛନ୍ତି ଯେ, କୌଣସି ଏକ ଜନଜାତିକୁ ଆଦିବାସୀ କହିବା, ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତି ଅଧିନିୟମ ଅନୁଯାୟୀ, ଅପରାଧ ନୁହେଁ।

ଜଜ ଅନୀଲ କୁମାର ଚୌଧୂରୀ, ସୁନୀଲ କୁମାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ଏକ ପିଟିସନର ଶୁଣାଣି କରି କହିଛନ୍ତି ଯେ, ଏସସି/ଏସଟି ଅଧିନିୟମ ଅନୁଯାୟୀ, ଦଣ୍ଡନୀୟ ଅପରାଧର ମାମଲା କରିବା ଲାଗି ପୀଡ଼ିତଙ୍କୁ ଅନୁସୂଚୀତ ଜାତି ବା ଅନୁସୂଚୀତ ଜନଜାତିର ସଦସ୍ୟ ହେବା ଆବଶ୍ୟକ।

କୋର୍ଟ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଅନୁସୂଚୀରେ ଆଦିବାସୀ ଶବ୍ଦର ବ୍ୟବହାର ନାହିଁ ଏବଂ ଯେପର୍ଯ୍ୟନ୍ତ ପୀଡ଼ିତା ସମ୍ବିଧାନରେ ଉଲ୍ଲେଖିତ ଅନୁସୂଚୀତ ଜନଜାତି ତାଲିକାରେ ନ ଆସେ, ସେପର୍ଯ୍ୟନ୍ତ ଏହି ଆଇନ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇପାରିବ ନାହିଁ।

ଏଫଆଇଆର ଜାରି କରିଥିବା ପୀଡ଼ିତା ଦାବି କରିଥିଲେ ଯେ, ସେ ଅନୁସୂଚୀତ ଜନଜାତିର। ସେ ସୂଚନା ଅଧିକାର(ଆରଟିଆଇ) ଆଇନ ଅନୁଯାୟୀ ଆବେଦନ ଦାଖଲ କରିବା ପାଇଁ କୁମାରଙ୍କୁ ଭେଟିବା ଲାଗି କାର୍ଯ୍ୟାଳୟକୁ ଯାଇଥିଲେ। ସୂଚନା ଅନୁଯାୟୀ, କୁମାର ଆବେଦନ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ପୀଡିତାଙ୍କୁ ପାଗଳ ଆଦିବାସୀ କହିଥିଲେ।