ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍: ୱାର୍ଡରଙ୍କୁ ଆକ୍ରମଣ କଲେ କିଛି କଏଦୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛି ଝାରପଡ଼ା ଜେଲ । ଜେଲ ଭିତରେ ମାରପିଟ୍ ହେବା ଘଟଣା ସାମ୍ନାକୁ ଆସିଛି । ଜେଲ ଭିତରେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାହିଁକି ଜେଲ ୱାର୍ଡରଙ୍କୁ ଆକ୍ରମଣ କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ତେବେ ମାରପିଟ୍ ପରେ ଜେଲରେ ଏମର୍ଜେନ୍ସି ସାଇରନ୍ ବାଜି ଉଠିଥିଲା । ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଝାରପଡ଼ା ଜେଲରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ୱାର୍ଡରଙ୍କୁ ପିଟିବା ଘଟଣାର କାରଣ ଜାଣିବା ପାଇଁ ତନାଘନା ଜାରି ରହିଛି ।