Breaking: ଫେବୃଆରୀ ଆରମ୍ଭରୁ ତାତି, ୩୫ ଡିଗ୍ରୀ ଟପିଲା ପାରଦ

ଝାରସୁଗୁଡ଼ା: ୩୫ ଡିଗ୍ରୀ ଟପିଲା ରାଜ୍ୟ ତାପମାତ୍ରା । ପେବୃଆରୀ ମାସ ଆରମ୍ଭରୁ ତାପମାତ୍ରାରେ ବୃଦ୍ଧି ଘଟିବା ନେଇ ରାଜ୍ୟବାସୀ ଚିନ୍ତିତ ।

ଆଜି ଝାରସୁଗୁଡ଼ା ତାପମାତ୍ରା ୩୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଆଗାମୀ ଦିନରେ ଏହି ତାପମାତ୍ରା ବଢ଼ିବା ନେଇ ଆଶା କରାଯାଉଛି ।

ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଗୁଳୁଗୁଳି ଓ ଖରା ବଢ଼ିବା ଆରମ୍ଭ କରିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢ଼ିବାର ଥିଲା । ହେଲେ ଆକଳନର ଗୋଟିଏ ଦିନ ପରେ ହିଁ ତାପମାତ୍ରାରେ ବୃଦ୍ଧି ଘଟିଛି ।