fbpx

ଅଗଷ୍ଟ ୨୯ ରେ ଲଞ୍ଚ ହେବ ଜିଓ 5G! ଜାଣନ୍ତୁ ଏହା ବିଷୟରେ ସବୁକିଛି

ମୁମ୍ବାଇ: ଦେଶରେ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ରିଲିଆନ୍ସ କମ୍ପାନୀ ଏହାର ବାର୍ଷିକ ସାଧାରଣ ବୈଠକ ମୁମ୍ବାଇରେ ଚଳିତ ମାସ ୨୯ ତାରିଖରେ କରିବାକୁ ଯଅଉଛି । ଏହି ବୈଠକରେ କମ୍ପାନୀ ଅନେକ ବଡ଼ ଘୋଷଣା କରିପାରେ ବଲି ଆଶା କରାଯାଉଛି। ଏଥିରେ ୫ଜି ସେବା ସହିତ ୫ଜି ସର୍ପୋର୍ଟ କରୁଥିବା ଜିଓ ଫନ୍ ମଧ୍ୟ ସାମିଲ ରହିଛି । ଜିଓ ଦେଶର ପ୍ରଥମ ରାଉଣ୍ଡ ୫ଜି ସ୍ପେକ୍ଟ୍ରମ୍ ନିଲାମରେ ସର୍ବ ବୃହତ ବିଡର ଭାବରେ ଉଭା ହୋଇଥିଲା ଯାହା ନିକଟରେ ଶେଷ ହୋଇଛି।

ତେବେ ଏହିବିଷୟରେ ଏଜାବତ୍ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ ଦର୍ଶାଇଛି ଯେ ଦେଶର ଶ୍ରେଷ୍ଠ ୧୦୦୦ ସହରରେ ଏହାର ୫ଜି କଭରେଜ୍ ଯୋଜନା ଶେଷ କରିସାରିଛି। ସମୁଦାୟ ୨୨ ଟି ସହର ପ୍ରଥମେ ଜିଓ ୫ଜି ସେବା ପାଇବ। ଜିଓ ଏହାର ୫ଜି ସେବା ପୂର୍ବରୁ ଅଗଷ୍ଟ ୧୫ ରେ ଲଞ୍ଚ କରିବାକୁ କହିଥିଲେ ମଧ୍ୟ ଏହା ହୋଇ ନଥିଲା।

୨୦୧୭ ରେ “ଇଣ୍ଡିଆ କା ଫୋନ୍” ଭାବରେ ଡେବ୍ୟୁ କରିଥିବା ଜିଓଫୋନ୍ ଚଳିତ ବର୍ଷ ୫ଜି ଭାରିଆଣ୍ଟ ପ୍ରକାଶ ବୋଲି ଆଶା କରାଯାଉଛି। ପ୍ରତ୍ୟେକ ବର୍ଷ ‘ଏଜିଏମ୍ ପରି, ଜିଓ ଚଳିତ ବର୍ଷ ମଧ୍ୟ ୟୁଜରଙ୍କ ପାଇଁ ଏହାର ରିଚାର୍ଜ ଯୋଜନାଗୁଡ଼ିକୁ ପୁନଃ ବଦଳାଇପାରେ’। ଜିଓଫୋନ୍ ୫ଜି ଲଞ୍ଚ୍ ପୂର୍ବ ପରି ନୂତନ ଫୋନ୍ ନିର୍ଦ୍ଦିଷ୍ଟ ରିଚାର୍ଜ ଯୋଜନା ସହିତ ଆସିପାରେ। ଏହା ସହିତ, ଜିଓ ୟୁଜରମାନଙ୍କ ପାଇଁ ନୂତନ ମୋବାଇଲ୍ ଡାଟା ଏବଂ କଲିଂ ଯୋଜନା ପ୍ରଚଳନ କରିପାରେ ବୋଲି ଆଶା କରଯାଉଛି।

Get real time updates directly on you device, subscribe now.