fbpx
BSKY SKY
BSKY SKY

କେଉଁ ଅସୁରର ସଂହାର ପାଇଁ ଶ୍ରୀ ଗଣେଶ ନେଇଥିଲେ ବକ୍ରତୁଣ୍ଡ ଅବତାର? ଜାଣନ୍ତୁ ରୋଚକ ତଥ୍ୟ

BSKY

ନୂଆଦିଲ୍ଲୀ: ଭଗବାନ ଶ୍ରୀଗଣେଶ ତ ଅନେକ ଅବତାର ନେଇଥିଲେ । କିନ୍ତୁ ମୃଦଗଲ ପୁରାଣ ଅନୁସାରେ, ତାଙ୍କର ୮ଟି ଅବତାର ପ୍ରମୁଖ । ଏଥିରେ ପ୍ରଥମ ଅବତାର ବକ୍ରତୁଣ୍ଡ ରହିଛି । ଥରେ ତିନି ଲୋକରେ ଘଟିଥିବା ଘଟଣା ଭଗବାନ ଗଣେଷଙ୍କୁ କ୍ରୋଧିତ କରଥିଲା । ଯାହା ଫଳରେ ଗଣେଷ ମହାକାୟ ବକ୍ରତୁଣ୍ଡ ଅବତାର ଧାରଣ କରିଥିଲେ । ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଗଣେଷଙ୍କର ବକ୍ରତୁଣ୍ଡ ଅବତାର ଅନେକ ରହସ୍ୟମୟ । ଜାଣନ୍ତୁ ଭଗବାନଙ୍କର ଏହି ରହସ୍ୟମୟ ଅବତାର ବିଷୟରେ…

ପୌରାଣିକ କଥା ଅନୁସାରେ, ଇନ୍ଦ୍ରରାଜଙ୍କ ଠାରୁ ଭୁଲ ବଶତଃ ମତ୍ସ୍ୟରାସୁର ନାମକ ଏକ ରାକ୍ଷସ ଉତ୍ପନ୍ନ ହୋଇଥିଲା । ଏହା ପରେ ଦୈତ୍ୱ ଗୁରୁ ଶୁକ୍ରାଚାର୍ଯ୍ୟ ଭଗବାନ ଶିବଙ୍କର ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଦୀକ୍ଷା ପ୍ରାପ୍ତ କରିଥିଲେ । ମତ୍ସ୍ୟରାସୁର ଅନେକ ବର୍ଷ ପର୍ଯ୍ୟନ୍ତ ଗୋଟେ ଗୋଡ଼ରେ ଛିଡ଼ା ହୋଇ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ । ତାଙ୍କର କଠୋର ତପସ୍ୟା ଦେଖି ଭଗବାନ ଶିବ ପ୍ରସନ୍ନ ହୋଇ ମତ୍ସ୍ୟରାସୁରଙ୍କୁ ବରଦାନ ମାଗିବା ପାଇଁ ଆଦେଶ ଦେଇଥିଲେ । ଏହାପରେ ମତ୍ସ୍ୟରାସୁର ଭଗବାନ ଶିବଙ୍କୁ କୌଣସି ଦେବୀ-ଦେବତା, ଦୈତ୍ୱ ବା ମନୁଷ୍ୟମାନଙ୍କ ହାତରେ ତାଙ୍କର ଅନ୍ତ ନହେବାର ବର ମାଗିଥିଲେ ।

ମତ୍ସ୍ୟରାସୁରଙ୍କର ଏହି କଥା ଶୁଣିବା ପରେ ଭଗବାନ ଶିବ ତାଙ୍କୁ ଅଭୟ ବର ପ୍ରଦାନ କରିଥିଲେ । ବରଦାନ ପାଇବା ପରେ ମତ୍ସ୍ୟରାସୁର ଏହି କଥା ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଜଣାଇଥିଲେ । ଏହି କଥା ଶୁଣିବା ପରେ ଗୁରୁ ଶୁକ୍ରାଚାର୍ଯ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ । ଏହା ପରେ ମତ୍ସ୍ୟରାସୁର ପୃଥିବୀରେ ଆକ୍ରମଣ କରିଥିଲେ, ଯାହା ଫଳରେ କୌଣସି ରାଜା ମଧ୍ୟ ମତ୍ସ୍ୟରାସୁରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଏହା ପରେ ସମଗ୍ର ପୃଥିବୀ ମତ୍ସ୍ୟରାସୁରଙ୍କ ଅଧୀନ ହୋଇଯାଇଥିଲା । ସମସ୍ତ ଦେବତା ମାନଙ୍କୁ ପରାସ୍ତ କଲା ପରେ ସେ ତିନି ଲୋକରେ ରାଜା ହୋଇଥିଲେ ।

ଏହି ସବୁ ଦେଖି ମଧ୍ୟ ଭଗବାନ ଶିବ କିଛି କରିପାରି ନଥିଲେ । କାରଣ ଶିବ ତାଙ୍କୁ ନିଜେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହା ପରେ ସମସ୍ତ ଦେବତାଗଣ ମତ୍ସ୍ୟରାସୁରଙ୍କୁ କିପରି ପରାସ୍ତ କରିବେ ନେଇ ଚିନ୍ତାରେ ପଡ଼ିଥିଲେ । ଏହାପରେ ଅଚାନକ କୈଳାସ ପର୍ବତ ଉପରେ ମତ୍ସ୍ୟରାସୁର ଶିବଙ୍କୁ ଆକ୍ରମଣ କରିଥିଲେ । ଶେଷରେ ଭଗବାନ ଦତ୍ତାତ୍ରେୟଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଏକାକ୍ଷରୀ ମନ୍ତ୍ର ଜପ କରିବା ପରେ ଏବଂ ସମସ୍ତ ଦେବୀ-ଦେବତାଙ୍କର ଆରାଧନା ଶୁଣିବା ପରେ ଭଗବାନ ଗଣେଶ ବକ୍ରତୁଣ୍ଡ ଅବତାର ଧାରଣ କରି ପ୍ରକଟ ହୋଇଥିଲେ ।

ବକ୍ରତୁଣ୍ଡଙ୍କ ଭୟଙ୍କର ରୂପ ଦେଖିବା ପରେ ମତ୍ସ୍ୟରାସୁର ବ୍ୟାକୁଳ ହୋଇଥିଲା । ସେ ଭୟରେ ଥରି ଥରି ତାଙ୍କର ସ୍ତୁତି କରିବାକୁ ଲାଗିଥିଲା । ବକ୍ରତୁଣ୍ଡ ତାଙ୍କୁ ଅଭୟ ଦେଇ ଭକ୍ତିର ବରଦାନ ଦେଇଥିଲେ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ପାତାଳକୁୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟରାସୁର ବିଷୟରେ ନିଶ୍ଚିତ ହୋଇ ଦେବତାମାନେ ବକ୍ରତୁଣ୍ଡଙ୍କ ସ୍ତୁତି କରିବାକୁ ଲାଗିଥିଲେ ।

Get real time updates directly on you device, subscribe now.