fbpx

ଆଜି ଲଞ୍ଚ ହେବ Jio Air Fiber, ବିନା ତାରରେ ମିଳିବ ହାଇସ୍ପିଡ ଇଣ୍ଟରନେଟ

Advertisement

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ତାହାର ଏୟାର ଫାଇବର ଲଞ୍ଚ କରିବାକୁ ଯାଉଛି । କମ୍ପାନୀର ଚ୍ୟୟାରମ୍ୟାନ ମୁକେଶ ଅମ୍ବାନୀ ୪୬ ତମ AGM ମିଟିଙ୍ଗରେ ଘୋଷଣା କରିଥିଲେ ଜିଓ ଫାଇବରକୁ ଗଣେଷପୂଜା ଦିନ ଲଞ୍ଚ କରାଯିବ । ଜିଓ ଫାଇବର ଏକ ଏପରି ଡିଭାଇସ ଯାହା ବିନା ତାର କନେକସନରେ ହାଇସ୍ପିଡ ଇଣ୍ଟରନେଟ ଦେବ ।

ଜିଓ ଫାଇବର ୱାରଲେସ ଡଙ୍ଗଲ ପରି କାମ କରିବ । ଯେଉଁଥିରେ ୟୁଜରଙ୍କୁ ୧.୫ ଜିବିପିଏସ ସୁବିଧା ମିଳିବ । ଏବେ ବ୍ରଡବ୍ୟାଣ୍ଡ ନେବା ପରେ ଆପଣଙ୍କୁ ଫାଇବର ଲାଇନ ଦ୍ୱାରା ଇଣ୍ଟରନେଟ ସୁବିଧା ମିଳିବ । କିନ୍ତୁ ଜିଓ ଫାଇଭର ଦ୍ୱାରା କୌଣସି ପ୍ରକାର ଇମ୍ଫାଷ୍ଟ୍ରକଚର ଆବଶ୍ୟକତା ପଡିବ ନାହିଁ । ଏହାକୁ ସୁବିଧାରେ ଇନଷ୍ଟଲ କରାଯିବ ।

ଜିଓ ଏୟାର ଫାଇବର ଏକ ପୋଟେବଲ ଡିଭାଇସ ଯାହା ଦ୍ୱାରା ଏହାକୁ ଆପଣ ଘରର କୌଣସି ସ୍ଥାନକୁ ସ୍ଥାନାନ୍ତର କରି ପାରିବେ । ଏଥିରେ ୟୁଜରଙ୍କୁ ୫ଜି ସ୍ପିଡ ଇଣ୍ଟରନେଟ ମିଳିବ । ଏଜିଏମ ମିଟିଙ୍ଗ ଦ୍ୱାରା ମୁକେଶ ଅମ୍ବାନୀ କହିଥିଲେ ଏହି ଜିଓ ଫାଇଭର ଲୋକମାନଙ୍କୁ ବହୁ ସୁବିଧା ଦେବ ଏବଂ ଯେଉଁ ସ୍ଥାନମାରେ ତାର କନେକସନ ହୋଇ ପାରିବ ନାହିଁ ସେଠାରେ ଏହି ଜିଓ ଫାଇବର ଭଲ କାମ କରିବ । ଆଶା କରାଯାଉଛି ଏହି ଜିଓ ଫାଇଭର ଦ୍ୱାରା ୨୦ କୋଟି ଲୋକଙ୍କ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଇଣ୍ଟରନେଟ ସୁବିଧା ପହଞ୍ଚି ପାରିବ । କିନ୍ତୁ କମ୍ପାନୀ ଏଠାରେ ଘୋଷଣା କରି ନାହିଁ ଏହି ଜିଓ ଫାଇଭର କେଉଁ ମୂଲ୍ୟରେ ବଜାରରେ ଉପଲବ୍ଧ ହେବ । କିନ୍ତୁ କୁହାଯାଉଛି ଏହି କନେକସନ ନେବାରେ ଟିକେ ଅଧିକ ମୂଲ୍ୟ ହୋଇପାରେ । ଏହାକୁ କମ୍ପାନୀ ୫ ହଜାରରୁ ୬ ହଜାର ମୂଲ୍ୟରେ ବଜାରରେ ଉପଲବ୍ଧ କରିପାରେ ।

Get real time updates directly on you device, subscribe now.