fbpx

ଜିଓ ଲଞ୍ଚ କଲା ଜିଓସିନେମା ପ୍ରିମିୟମ, ଜାଣନ୍ତୁ କେତେ ଟଙ୍କା ରହିଛି ପ୍ଲାନ

ନୂଆଦିଲ୍ଲୀ: ଜିଓ ନିଜ ଓଟିଟି ପ୍ଲାଟଫର୍ମ ଜିଓ ସିନେମାର ସବସ୍କ୍ରିପସନ ପ୍ଲାନ ଘୋଷଣା କରିଛନ୍ତି । କମ୍ପାନି ନିଜ ପ୍ରିମିୟମ ପ୍ଲାନ ଲଞ୍ଚ କରିଛି, ଯାହା ୟୁଜର୍ସଙ୍କୁ ବହୁତ କଣ୍ଟେଣ୍ଟର ଆକ୍ସେସ ଅଫର କରୁଛି । ଗତ କିଛି ମାସରେ ଜିଓ ସିନେମାର ସବସ୍କ୍ରାଇବର ବେସ ବଢିଛି । ପ୍ଲାଟଫର୍ମକୁ ଫିଫା ଓ୍ବାର୍ଲଡ କପ ଏବଂ ଆଇପିଏଲ ୨୦୨୩ର ଖାସ ଲାଭ ମିଳିଛି ।

ପ୍ରିମିୟମ ପ୍ଲାନ ସବସ୍କ୍ରିପସନ ସହିତ ୟୁଜର୍ସଙ୍କୁ ଏଚବିଓ ଶୋ ର ଆକ୍ସେସ ମିଳିବ, ଯାହା ଏହା ପୂର୍ବରୁ ଡିଜନୀ ପ୍ଲସ ହଟଷ୍ଟାରରେ ଉପଲବ୍ଧ ଥିଲା । କମ୍ପାନୀ ଜିଓ ସିନେମାର କେବଳ ଗୋଟିଏ ପ୍ଲାନର ଘୋଷଣା କରିଛି । ଏଥିପାଇଁ ୟୁଜର୍ସଙ୍କୁ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନ ଗୋଟିଏ ବର୍ଷର ଭ୍ୟାଲିଡିଟି ସହିତ ଆସୁଛି । ଏଥିରେ ବ୍ୟବହାରକାରୀଙ୍କୁ ଜିଓ ସିନେମାରେ ହଲିଉଡର ଆକ୍ସେସ ମିଳିବ । ଏହାକୁ ୟୁଜର୍ସ ଯେକୌଣସି ଡିଭାଇସରେ ଆକ୍ସେସ କରିପାରିବେ ।

୯୯୯ ଟଙ୍କାର ପ୍ଲାନରେ ୟୁଜର୍ସ ଏକସାଙ୍ଗରେ ୪ ଡିଭାଇସରେ ବ୍ୟବହାର କରିପାରିବେ । କମ୍ପାନୀ ଏହାର ମାସିକ ଏବଂ କ୍ୱାର୍ଟଲୀ ପ୍ଲାନ ମଧ୍ୟ ଲଞ୍ଚ କରିବ ବୋଲି ଆଶା କରାଯାଉଛି । ସବସ୍କ୍ରିପସନ ପାଇଁ ଆପଣଙ୍କୁ ଜିଓସିନେମାର େଓ୍ବସାଇଟ ବା ଆପକୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ନ୍ୟୁ ସବସ୍କ୍ରାଇବ ଅପସନ ଉପରେ କ୍ଲିକ କରିବାକୁ ପଡିବ ।

ଏହାପରେ ବ୍ୟବହାରକାରୀ ସିଧାସଳଖ ଜିଓ ସିନେମା ପ୍ରିମିୟମ ସବସ୍କ୍ରିପସନ ପେଜରେ ପହଁଚିଯିବେ । ଏହା ଆପଣଙ୍କୁ କେବଳ ଏକ ଅପସନ-୯୯୯ ଟଙ୍କାର ପ୍ଲାନ ଦେଖାଯିବ । ବର୍ତ୍ତମାନ ଆପଣଙ୍କୁ କଣ୍ଟିନ୍ୟୁ ଆଣ୍ଡ ପେ ୯୯୯ ଟଙ୍କା ଉପରେ କ୍ଲିକ୍ କରିବାକୁ ପଡିବ । ପେମେଣ୍ଟ ପରେ ଆପଣ ନୂଆ ଶୋ ଏବଂ ମୁଭିକୁ ଜିଓ ସିନେମା ପ୍ରିମିୟମରେ ଦେଖିପାରିବେ । ଏହା ଉପରେ ଆପଣଙ୍କୁ ଏଚବିଓର ଶୋ ଏବଂ ଡବ୍ଲ୍ୟୁବିର ମୁଭିଜ ଦେଖିବାକୁ ମିଳିବ ।

Get real time updates directly on you device, subscribe now.