Annual Recharge Plan ଖୋଜୁଛନ୍ତି କି? ତାହେଲେ Jio, Airtel ଏବଂ Vi ମଧ୍ୟରୁ କେଉଁଟା ଶସ୍ତା ଜାଣନ୍ତୁ

Jio, Airtel ଏବଂ Viର ଶସ୍ତା ବାର୍ଷିକୀଆ ରିଚାର୍ଜ ପ୍ଲାନ । କମ୍ ଟଙ୍କାରେ ମିଳିବ ଅନେକ ସୁବିଧା ।

ଭୁବନେଶ୍ବର: ଯଦି ଆପଣ ବାରମ୍ବାର ରିଚାର୍ଜ କରିବାରେ ସମସ୍ୟା ହେଉଛି ତେବେ ଆନୁଆଲ ପ୍ଲାନ କାମରେ ଆସିବ । ଏଥିରେ ବର୍ଷେ ପାଇଁ  ଅସୀମିତ କଲିଂ, SMS ଏବଂ ଡାଟା ପ୍ୟାକ ମିଳିବ । ତେବେ ଜିଓ ଏୟାରଟେଲ ଏବଂ Vi ଭଳି ପ୍ଲାନରୁ କେଉଁଟା ଶସ୍ତା ଜାଣନ୍ତୁ ।

Airtelର 1,999ଟଙ୍କିଆ ପ୍ଲାନ- ଏହି ଏୟାରଟେଲ୍ ପ୍ଲାନଟି ପୁରା ଗୋଟିଏ ବର୍ଷର ବୈଧତା ସହିତ ଆସିଥାଏ। ଏହି ପ୍ଲାନ ବିଶେଷକରି ସେହି ଉପଭୋକ୍ତାଙ୍କ ପାଇଁ ଯେଉଁମାନଙ୍କୁ ସୀମିତ ଡାଟା ଆବଶ୍ୟକ । କମ୍ପାନୀ ଏହି ପ୍ଲାନରେ 365 ଦିନର ବୈଧତା ସହିତ 24GB ଡାଟା ପ୍ରଦାନ କରିଥାଏ । ଏହା ସହିତ ଉପଭୋକ୍ତାମାନେ ଅସୀମିତ ମାଗଣା କଲିଂ ଏବଂ ପ୍ରତିଦିନ 100 ଟି ମାଗଣା SMS ସୁବିଧା ପାଇପାରିବେ । ଏହା ସହିତ, କମ୍ପାନୀ ଏୟାରଟେଲ ଏକ୍ସଟ୍ରିମ୍ ଆପ୍ ମାଧ୍ୟମରେ ମାଗଣା ଟିଭି ଶୋ ଏବଂ ସିନେମା ଇତ୍ୟାଦି ଷ୍ଟ୍ରିମିଂର ସୁବିଧା ମଧ୍ୟ ଦେଉଛି ।

ଜିଓର 1899 ଟଙ୍କିଆ ପ୍ଲାନ- ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀର ଏହି ଯୋଜନା ସମ୍ପୂର୍ଣ୍ଣ ବର୍ଷର ବୈଧତା ପ୍ରଦାନ କରେ ନାହିଁ। ଏଥିରେ କମ୍ପାନୀ 336 ଦିନର ବୈଧତା ପ୍ରଦାନ କରେ। ଏହା ସହିତ, ଉପଭୋକ୍ତାମାନଙ୍କୁ ମାଗଣା ଅସୀମିତ କଲିଂ, ଗୋଟିଏ ବର୍ଷରେ 3,600 ମାଗଣା SMS ଏବଂ 24GB ଡାଟା ଦିଆଯାଉଛି । ଜିଓ ଏହି ପ୍ଲାନରେ ଜିଓ ଟିଭି, ଜିଓ କ୍ଲାଉଡ୍ ଏବଂ ଜିଓ ସିନେମାର ଆକ୍ସେସ୍ ମଧ୍ୟ ଦେଉଛି ।

Viର1,999 ପ୍ଲାନ- ଏୟାରଟେଲ୍ ପରି Vi ମଧ୍ୟ 1,999 ଟଙ୍କାରେ 365 ଦିନର ବୈଧତା ପ୍ରଦାନ କରେ । ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଗୋଟିଏ ବର୍ଷ ପାଇଁ ମାଗଣା ଅସୀମିତ କଲିଂ ଏବଂ 3600 SMS ମିଳିବ । ଏହି ପ୍ଲାନରେ ସୀମିତ ଡାଟା ସହିତ ମଧ୍ୟ ଆସିଥାଏ । ଏଥିରେ କମ୍ପାନୀ 24GB ଡାଟା ଦେଉଛି ।  ଏହା ପରେ, ଡାଟା ବ୍ୟବହାର ପାଇଁ, ଆପଣଙ୍କୁ 50p/MB ଦେୟ ଦେବାକୁ ପଡିବ ।