fbpx

jio vs airtel: ଅନଲିମିଟେଡ କଲିଂ ସହ ମିଳିବ ଦୈନିକ ଡାଟା, ଜାଣନ୍ତୁ ୧୯୯ ଟଙ୍କାରେ କାହାର ପ୍ଲାନ ବେଷ୍ଟ

ଓଡିଶା ଭାସ୍କର: ଭାରତର ବଡ ବଡ ପ୍ରାଇଭେଟ ଟେଲିକମ କମ୍ପାନୀ ଗୋଟିଏ ପରେ ଗୋଟିଏ ବିଜନେଓ ପ୍ଲାନ ଖେଳିବାରେ ଲାଗିଛନ୍ତି । ସେମାନେ ନିଜର ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ବୃଦ୍ଧି କରିଛନ୍ତି । ଯାହା ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରଥମେ ରିଲାୟନ୍ସ ଜିଓ (Reliance jio) ଓ ପରେ ଏୟାରଟେଲ (airtel) ନିଜର ଟାରିଫ (tariff) ବଢାଇଥିଲେ । ଜିଓ ନିଜର ଟାରିଫ (tariff) ରେ ୧୨ ରୁ ୨୫ ପ୍ରତିଶତ ବୃଦ୍ଧି କରିଥିଲା । ଏହା ପରେ ଏୟାରଟେଲ (airtel) ବା କେମିତି ପଛରେ ପଡି ଥାଆନ୍ତା । ସେଥିପାଇଁ ସେ ବି ନିଜର ଟାରିଫ (tariff) ରେ ୧୧ ରୁ ୨୧ ପ୍ରତିଶତ ବୃଦ୍ଧି କରିଛି । ଏହାପରେ ୟୁଜର୍ସ ଶସ୍ତା ପ୍ଲାନର ସନ୍ଧାନରେ ରହିଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଉଭୟ ଜିଓ ଓ ଏୟାରଟେଲ କମ୍ପାନୀ ନିଜର ଶସ୍ତା ପ୍ଲାନ ରଖିଛି । ସେମାନଙ୍କ ପାଖରେ ରହିଛି ୧୯୯ ର ପ୍ଲାନ । ଜିଓ ଏହି ପ୍ଲାନରେ ଫ୍ରି କଲିଂ ସହ ଡେଲି ଡାଟା ଭଳି ଫାଇଦା ଦେଉଛି । ୨୭ ଜିବି (27gb) ଡାଟା ସହ ଏହା ୧୮ ଦିନ ପର୍ଯ୍ୟନ୍ତ କାମ କରିବ । ପ୍ରତିଦିନ ହିସାବରେ ଜଣେ ପ୍ରାୟ ୧.୫ ଜିବି ଇଣ୍ଟରନେଟ ପାଇ ପାରିବ । ଏଥିରେ ଦୈନିକ ୧୦୦ ଏସଏମ୍‌ଏସ (sms) ସୁବିଧା ମଧ୍ୟ ଉପଲବ୍ଧ । ଏହାବାଦ ଏଥିରେ ଜିଓ ସିନେମା, ଜିଓ ଟିଭି ତଥା ଜିଓ କ୍ଲାଉଡ ବି ମିଳିବ ।
ସେହିଭଳି ଏୟାରଟେଲର ୧୯୯ ଟଙ୍କାର ପ୍ରିପେଡ ରିଚାର୍ଜରେ ୟୁଜର୍ସଙ୍କୁ ଫ୍ରି-କଲିଂ ଓ ଡାଟା ସୁବିଧା ମଧ୍ୟ ମିଳିବ । ଏହା ୨୮ ଦିନ ପାଇଁ ବୈଧତା ରହିଛି । ଏଥିରେ ଅନଲିମିଟେଟ କଲିଂ ସହ ୨ ଜିବି (2 gb) ଡାଟା ରହିଛି । ତାହାସହ ଜଣେ ବ୍ୟବହାରକାରୀ ଏଥିରେ ଫ୍ରି wynk music ର ବି ସବସ୍କ୍ରିସ୍ପନ ପାଇବ । କହିରଖୁ, ଉଭୟ ଏୟାରଟେଲ ଓ ଜିଓର ଏହି ପ୍ଲାନ ପ୍ରାୟ ସମାନ । ତେବେ ବ୍ୟବହାରକାରୀ କେଉଁ ପ୍ଲାନ ନେବେ ତାହା ସେମାନଙ୍କ ଉପରେ ହିଁ ନିର୍ଭର କରେ ।

Get real time updates directly on you device, subscribe now.