ବିହାରରେ ଆରଜେଡିକୁ ସାଙ୍ଗରେ ନେବାକୁ ଜେଏମଏମ ଅନିଚ୍ଛୁକ, କଣ କରିବ କଂଗ୍ରେସ?

ମୁମ୍ବାଇ: ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଭିନ୍ନ ସହଯୋଗୀ ଦଳ ସହ ଆସନ ଭାଗବଣ୍ଟାକୁ ନେଇ ଚାଲିଛି ଅଙ୍କକଷା । ମହାରାଷ୍ଟ୍ରରେ ମୋଟ ୨୮୮ ସିଟ ରହିଛି । ମୁଖ୍ୟ ବିରୋଧୀ ମେଣ୍ଟ ମହା ବିକାଶ ଆଘାଡି (ଏମଭିଏ)ରେ ୨୫୮ ସିଟକୁ ନେଇ ସହମତି ପ୍ରକାଶ ପାଇଛି । କିନ୍ତୁ ୩୦ ସିଟ ଉପରେ ତିନି ଦଳ ଭିତରେ ସହମତି ହୋଇପାରିନି । ଏମଭିଏରେ ଏନସିପିର ସରଦ ପାୱାର ଗୋଷ୍ଠୀ, ଶିବସେନାର ଉଦ୍ଧବ ଗୋଷ୍ଠୀ ଓ କଂଗ୍ରେସ ରହିଛି । ଏବେ ବିରୋଧୀରେ ଥିବା ଏମଭିଏ ଆଗାମୀ ନିର୍ବାଚନରେ ଏକାଠୀ ଲଢି ବିଜେପି, ଏନସିପି- ଅଜିତ ପାୱାର ଓ ଶିବସେନା- ସିେନ୍ଦେ ମେଣ୍ଟକୁ ମାତ ଦେବାକୁ ରଣନୀତି ପ୍ରସ୍ତୁତ ଚାଲିଛି ।

ସେହିପରି ଝାଡଖଣ୍ଡରେ ୭୭ ସିଟରେ କଂଗ୍ରେସ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ମେଣ୍ଟ ହୋଇଛି ଓ ସିଟ ବଣ୍ଟନକୁ ନେଇ ସହମତି ହୋଇଛି । ଏବେ ମଧ୍ୟ ରାଜ୍ୟର ୪ଟି ଏମିତି ଆସନ ରହିଛି, ଯେଉଁଠି କଂଗ୍ରେସ ଓ ଜେଏମଏମ ମଧ୍ୟରେ ବିଚାର ବିମର୍ଷ ଜାରି ରହିଛି । ଏଥିସହ ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ କି, ଝାରଖଣ୍ଡରେ ଜେଏମଏମ ବିହାର ପାଇଁ ମେଣ୍ଟରେ ଆରଜେଡିକୁ ସ୍ଥାନ ଦେବାକୁ ଚାହୁଁନି କି, ସିଟ ଭାଗ ବାଣ୍ଟିବାକୁ ଅନିଚ୍ଛୁକ ରହିଛି । ଯାହା ଆରଜେଡି ପାଇଁ ଶକ୍ତ ଧକ୍କା ହୋଇଛି । ଜେଏମଏମର ଏହି ଆଭିମୁଖ୍ୟରେ କଂଗ୍ରେସ ଆରଜେଡି ସହ ମିଶି ଜେଏମଏମ ହାତ ଛାଡିବ ନା ଆରଜେଡିକୁ ଗୁଡବାଇ କହିବା ତାହା ଦେଖିବାକୁ ରହିଲା ।

ତେବେ ମହାରାଷ୍ଟ୍ରର ୨୮୮ ସିଟ ପାଇଁ ଗୋଟିଏ ଚରଣରେ ନିର୍ବାଚନ ନଭେମ୍ବର ୨୦ରେ ହେବ । ଝାଡଖଣ୍ଡରେ ଦୁଇ ଚରଣରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ । ଝାଡଖଣ୍ଡରେ ମୋଟ ୮୧ ଆସନରେ ନିର୍ବାଚନ ହେବ । ଉଭୟ ରାଜ୍ୟର ଫଳାଫଳ ୨୩ ନଭେମ୍ବରକୁ ପ୍ରକାଶ ପାଇବ ।

 

Get real time updates directly on you device, subscribe now.