fbpx

ବିଜେବି ସ୍ୱୟଂଶାସିତ କଲେଜ ପକ୍ଷରୁ ନିଯୁକ୍ତି: ମାସିକ ଦରମା ୪୭ ହଜାର ଓ ୨୦ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜଧାନୀ ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନେକ ପଦ ପୂରଣ ହେବ । ସେନେଇ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଜେଲର ବାଣିଜ୍ୟ ବିଭାଗରେ କିଛି ପଦ ପୂରଣ ହେବ । ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ ଓ ଫିଲ୍ଡ ଇନଭେଷ୍ଟିଗେଟର ପଦରେ ନିଯୁକ୍ତି ଦିଆଯିବ । ଜୁଲାଇ ୧୫ ତାରିଖ ପୂର୍ବରୁ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡ଼ିବ ।
ଗୋଟିଏ ରିସର୍ଚ୍ଚ ଆସୋସିଏଟ୍ ପଦ ଖାଲି ରହିଥିବା ବେଳେ ୪ଟି ଫିଲ୍ଡ ଇନଭେଷ୍ଟିଗେଟର ପଦ ଖାଲି ରହିଛି । ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ । ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ପ୍ରାର୍ଥୀଙ୍କୁ ମାସିକ ୪୭ ହଜାର ହଜାର ଟଙ୍କା ଦରମା ଓ ଫିଲ୍ଡ ଇନଭେଷ୍ଟିଗେଟର ପଦ ପାଇଁ ପ୍ରାର୍ଥୀଙ୍କୁ ମାସିକ ୨୦ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ ।

ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ପ୍ରାର୍ଥୀ ସୋସିଆଲ ସାଇନ୍ସରେ ପୋଷ୍ଟଗ୍ରାଜୁଏଟ କରିବା ସହ ୫୫ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ନେଟ / ସ୍ଟେଲ / ଏମ.ଫିଲ/ ପିଏଚ.ଡି ପାସ୍ କରିଥିବେ । ପ୍ରାର୍ଥୀଙ୍କୁ ଏସପିଏସଏସ, ଇ-ଭିୟୁଜ, ଆମୋସ/ପିଏଲଏସ ପରି କମ୍ପ୍ୟୁଟର ସଫ୍ଟୱେର ଜାଣିଥିବା ଆବଶ୍ୟକ । ସେହିପରି ଫିଲ୍ଡ ଇନଭେଷ୍ଟିଗେଟର ପଦ ପାଇଁ ପ୍ରାର୍ଥୀ ସୋସିଆଲ ସାଇନ୍ସରେ ପିଜି କରିବା ସହିତ ଅତିକମରେ ୫୫ ପ୍ରତିଶତ ମାର୍କ ରଖିଥିବେ । ପ୍ରାର୍ଥୀଙ୍କୁ ହିନ୍ଦି, ଇଂରାଜୀ ଓ ସ୍ଥାନୀୟ ଭାଷା ଜାଣିଥିବା ଆବଶ୍ୟକ । ପ୍ରାର୍ଥୀମାନେ ସେମାନଙ୍କର ସିଭି ଓ ମାର୍କ ଶିଟ କପିକୁ ପ୍ରଦର୍ତ୍ତ ଇ-ମେଲରେ ଜୁଲାଇ ୧୫ ପୂର୍ବରୁ ପଠାଇବାକୁ ଅନୁରୋଧ ।

Get real time updates directly on you device, subscribe now.