କର୍ଣ୍ଣାଟକ ବ୍ୟାଙ୍କରେ PO ନିଯୁକ୍ତି: ଡିସେମ୍ବର ୧୦ ଆବେଦନର ଅନ୍ତିମ ତାରିଖ

ନୂଆଦିଲ୍ଲୀ: ଆପଣମାନେ ଯଦି ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ତେବେ ଏନେଇ ଆସିଛି ଏକ ବଢ଼ିଆ ସୁଯୋଗ । କର୍ଣ୍ଣାଟକ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର (ସ୍କେଲ-୧) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇବା ସହ ଅନଲାଇନରେ ଆବେଦନ କରିପାରିବେ । ଆଇନ / କୃଷି ବିଜ୍ଞାନରେ ଡିଗ୍ରୀ କରିଥିବା କିମ୍ବା ପିଜି କରିଥିବା ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିପାରିବେ ।

ନଭେମ୍ବର ୩୦ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଡିସେମ୍ବର ୧୦ ଆବେଦନର ଅନ୍ତିମ ତାରିଖ ରହିଛି । ଡିସେମ୍ବର ୧୦ ସୁଦ୍ଧା ପ୍ରାର୍ଥୀମାନେ ପେମେଣ୍ଟ ଦାଖଲ କରିପାରିବେ । ଆସନ୍ତା ୨୨ରେ ପରୀକ୍ଷା ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ନଭେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଭ୍କର ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀମାନେ ୨୦୦ ମାର୍କର ମଲ୍ଟିପୁଲ ଚଏସ୍ ପ୍ରଶ୍ନର ପରୀକ୍ଷା ଦେବେ ଓ ୨୫ ମାର୍କର ଡେସ୍କ୍ରିପ୍ଟିଭ୍ ଟେଷ୍ଟ ଦେବେ । ଏହି ଦୁଇ ଟେଷ୍ଟ ପାଇଁ ପ୍ରାର୍ଥୀଙ୍କୁ ୧୫୦ ମିନିଟ୍ ସମୟ ଦିଆଯିବ ।

ଆବେଦନ ଲିଙ୍କ: https://karnatakabankpo.azurewebsites.net/

ନୋଟିଫିକେସନ ଲିଙ୍କ: https://d3sdkw7nvdnqts.cloudfront.net/s3fs-public/2024-11/po-notification-2024-25_0.pdf