fbpx
BSKY
BJD MC SKY
BJD MS SKY

ଭୁବନେଶ୍ୱର ଏମ୍ସରେ ଅନେକ ପଦ ଖାଲି: ଆସନ୍ତା ୩ ତାରିଖ ସୁଦ୍ଧା ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଜୁନ ମାସ ୩ ତାରିଖ ସୁଦ୍ଧା ଅନଲାଇନରେ ସେମାନଙ୍କର ଆବେଦନ କରିପାରିବେ । ଏଥିସହିତ ଜୁନ ମାସ ୬ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମ ସ୍ପିଡ୍ ପୋଷ୍ଟ ଜରିଆରେ ପଠାଇ ପାରିବେ ।

ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୪୫ ବର୍ଷ ରହିଛି । ସରକାରୀ ନିୟମ ଅନୁଯାୟୀ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ମୋଟ ୯୬ଟି ପଦ ଖାଲି ରହିଥିବା ବେଳେ ଯୋଗ୍ୟ ପ୍ରାର୍ଥୀଙ୍କୁ ସିନିୟର ରେସିଡେଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଜେନେରାଲ ପ୍ରାର୍ଥୀଙ୍କୁ ଆବେଦନ ଫର୍ମ ବାବଦକୁ ୧୫୦୦ ଟଙ୍କା ସହିତ ଟ୍ରାଞ୍ଜାକସନ ଚାର୍ଜ ପଇଠ କରିବାକୁ ପଡ଼ିବ । ସେହିପରି ଏସସି / ଏସଟି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ୧୨୦୦ ଟଙ୍କା ରହିଛି ।

ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ବୟସ କୋହଳ ରହିଥିବା ବେଳ ଏସସି / ଏସଟି ପାଇଁ ୫ ବର୍ଷ, ପିଡବ୍ଲ୍ୟୁବିଡିର ଜେନେରାଲ ବର୍ଗ ପାଇଁ ୧୩ ବର୍ଷ, ଓବିସି ବର୍ଗ ପାଇଁ ୧୩ ବର୍ଷ ଓ ଏସସି / ଏସଟି ବର୍ଗ ପାଇଁ ୧୫ ବର୍ଷ କୋହଳ କରାଯିବ । ପ୍ରାର୍ଥୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ଏମବିବିଏସ ଡିଗ୍ରୀ ସାର୍ଟିଫିକେଟ, ଇଣ୍ଟର୍ଣ୍ଣଶିପ ସାର୍ଟିଫିକେଟ, ମେଡିକାଲ ଡିଗ୍ରୀ ପଞ୍ଜିକରଣ ସାର୍ଟିଫିକେଟ, ଜାତି ସାର୍ଟିଫିକେଟର ସ୍କାନ୍ କପି ଅନଲାଇନରେ ଅପଲୋଡ୍ କରିବାକୁ ପଡ଼ିବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://aiimsbhubaneswar.nic.in/

ଅଫିସିଆଲ ନୋଟିଫିକେସନ ଲିଙ୍କ: https://aiimsbhubaneswar.nic.in/admin/Document/Notices/Rolling%20SR%20Non-Academic%20Advertisement%20May%202023e5fcede9-b2ce-44a8-9219-27dd81a4df69.pdf

Get real time updates directly on you device, subscribe now.