fbpx
BSKY SKY
BSKY SKY

BSFରେ ଖାଲି ଅଛି ୧୪୧୦ଟି ପଦବୀ: ଦଶମ ଓ ITI ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ସୀମା ସୁରକ୍ଷା ବଳ (ବିଏସଏଫ) ମହାନିର୍ଦ୍ଦେଶକଙ୍କ ତରଫରୁ ୧୪୧୦ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ (ଟ୍ରେଡସମ୍ୟାନ) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇ ପାରିବେ ।

ହେଡ୍ କନଷ୍ଟେବଳ (ପୁରୁଷ) ପାଇଁ ୧୩୪୩ଟି ପଦବୀ ରହିଥିବା ବେଳେ ହେଡ୍ କନଷ୍ଟେବଳ (ମହିଳା) ପାଇଁ ୬୭ଟି ପଦବୀ ରହିଛି । ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀ ଦଶମ ଓ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://rectt.bsf.gov.in/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://bsf.gov.in/

Get real time updates directly on you device, subscribe now.