fbpx
BSKY
BJD MC SKY
BJD MS SKY

OLICରେ ବାହାରିଲା ଚାକିରି, ସାତ ଦିନ ମଧ୍ୟରେ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲିଫ୍ଟ ଇରିଗେସନ (ଓଏଲଆଇସି) ଲିମିଟେଡ ତରଫରୁ ଏହି ନିଯୁକ୍ତି ବାହାରିଛି । ଆସନ୍ତା ୩୧ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

କମ୍ପ୍ୟୁଟର ପ୍ରୋଗ୍ରାମର ପଦବୀ ପାଇଁ ଏହି ବିଜ୍ଞାପନ ବାହାରିଛି । ଏହି ପଦବୀ ପାଇଁ ଦରମା ମାସିକ ୨୫,୩୦୦ ଟଙ୍କା ରହିଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ପ୍ୟୁଟର ସାଇନ୍ସରେ ବି.ଟେକ କିମ୍ବା ବି.ଇ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଦରକାର । ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରି ବିଜ୍ଞପ୍ତିରେ ଦିଆଯାଇଥିବା ଠିକଣାରେ ହାର୍ଡ କପି ପଠାଇ ପାରିବେ ।

ଅଫିସିଆଲ ନୋଟିଫିକେସନ ଓ ଆବେଦନ ଫର୍ମ ଲିଙ୍କ: https://nijuktikhabar.in/wp-content/uploads/2022/08/Notification-OLIC-Limited-Computer-Programmer-Recruitment-2022.pdf

ଅଫିସିଆଲ ୱେବସାଇଟ୍: www.odishalift.co.in

Get real time updates directly on you device, subscribe now.