fbpx

୨୪ରେ ଏନ୍‌ସିଏସ୍‌ସିଡିଏର ନିଃଶୁଳ୍କ ନିଯୁକ୍ତି ମେଳା, ୨୦୦ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନ୍‌ସିଏସ୍‌ସିଡିଏ) ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ ଥିବା ମଧୁସୂଦନ ପାର୍କ ନିକଟବର୍ତ୍ତୀ ଏନ୍‌ସିଏସ୍‌ସିଡିଏ କାର୍ଯ୍ୟାଳୟ ପରିସରରେ ଏକ ନିଃଶୁଳ୍କ ନିଯୁକ୍ତି ମେଳା ଆୟୋଜନ କରାଯିବ ।

ଏଥିରେ ୫ରୁ ଅଧିକ କମ୍ପାନୀ ଏବଂ ଫାର୍ମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।  ନିଯୁକ୍ତି ମେଳାରେ ସେଲ୍ସ ଏକଜିକ୍ୟୁଟିଭ, ଟେଲିକଲର, ରିଲେସନଶି ଅଫିସର, ମାର୍କେଟିଂ ଏଗଜିକ୍ୟୁଟିଭ, ଫ୍ରଣ୍ଟ ଅଫିସ ଏଗଜିକ୍ୟୁଟିଭ, ଫିଲ୍ଡ କ୍ରେଡିଟ୍‌ ଅଫିସର, ସିଏନ୍‌ସି ମେସିନ ଅପରେଟର ଆଦି ପଦବୀ ପାଇଁ ପାଖାପାଖି ୨୦୦ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.