fbpx

ପ୍ରଭାବହୀନ ଉଦ୍ଧବଙ୍କ ନିର୍ଦ୍ଦେଶ, ଗୁଆହାଟି ପହଞ୍ଚିଲେ ଆଉ ଚାରି ବିଧାୟକ

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଦଭ ଠାକରେ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ଅପିଲ୍ ପରେ ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ପଲା ବେଶ୍ ମଜବୁତ୍ ରହିଛି। ବୁଧବାର ରାତିରେ ଆହୁରି ଚାରି ବିଧାୟକ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି। ତେବେ ଆଗକୁ ଆହୁରି ୨ ବିଧାୟକ ମଧ୍ୟ ଗୁଆହାଟି ଯାଇ ପାରନ୍ତି ବୋଲି କୁହାଯାଉଛି। ବୁଧବାର ରାତି ପ୍ରାୟ ୮ଟାରେ ଚାରି ବିଧାୟକ ଗୁଆହାଟିରେ ରାଡିସନ୍ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେଙ୍କ ନିକଟରେ ପହଞ୍ଚିଥିଲେ।

ସୂଚନା ଅନୁସାରେ ଏହି ଚାରି ବିଧାୟକ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ସହ ସୁରତରୁ ଗୁଆହାଟି ଅଭିମୁଖେ ବାହାରିଥିଲ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଉଦ୍ଧବ ପ୍ରସ୍ତୁତ ବୋଲି କହିଛନ୍ତି। ସରକାର ଭାଙ୍ଗିବା ଆଶଙ୍କାରେ ଗତକାଲି ବିଳମ୍ବିତ ରାତିରେ ସରକାରୀ ବାସଗୃହକୁ ପରିତ୍ୟାଗ କରିଛନ୍ତି। ସରକାରୀ ଘର ଛାଡ଼ିବା ପରେ ନିଜ ପୈତୃକ ଘରକୁ ଯାଇଛନ୍ତି ଉଦ୍ଧବ ଠାକରେ। ତେବେ ଶିବସେନାର ବିଦ୍ରୋହ ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ସରକାର କୌଣସି ମୁହୁର୍ତ୍ତରେ ଭାଙ୍ଗିଯାଇପାରେ।

ସେପଟେ ବିଦ୍ରୋହୀ ନେତା ଏକନାଥନ ସିନ୍ଦେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ତାଙ୍କ ପାଖରେ ବହୁମତ ରହିଛି ବୋଲି କହିଛନ୍ତି ଏକନାଥନ ସିନ୍ଧେ। ତେବେ ଏକ ନାଥନ ଏନ୍ସିପି ଏବଂ କଂଗ୍ରେସ ଠାରୁ ମେଣ୍ଟ ଭାଙ୍ଗି ଏବେ ବିଜେପି ସହ ମେଣ୍ଟ କରିବାକୁ ସ୍ଥିର କରିନେଇଛି। ଯାହାପରେ ଏକନାଥନଙ୍କ ଏଭଳି ନିଷ୍ପତ୍ତି ପରେ ତାଙ୍କ ପ୍ରତି ଦଳୀୟ ବିଧାୟକ ମାନଙ୍କର ସମର୍ଥନ ବୃଦ୍ଧି ପାଇଛି । ତେବେ ଗତ କାଲି ଆହୁରି ୪ ଜଣ ବିଧାୟକ ଏକନାଥନଙ୍କ ଦଳରେ ସାମିଲ ହୋଇଛନ୍ତି। ସେପଟେ ଉଦ୍ଧବ ଠାକରେ କହିଛନ୍ତି ଯଦି କୌଣସି ଅସନ୍ତୁଷ୍ଟ ବିଧାୟକ ମୋତେ ଦଳ ଛାଡ଼ିବା ପାଇଁ କୁହେ ତେବେ ମୁଁ ଇସ୍ତଫା ପ୍ରସ୍ତୁତ ରଖିଛି ସାଙ୍ଗେ ଦେଇଦେବି।

ଯେକୌଣସି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହୋଇପାରିବେ। ମୁଖ୍ୟମନ୍ତ୍ରୀ ପଦ ମୋ ପାଖରୁ ହଠାତ୍ ଆସିଥିଲା। ଏଥିପାଇଁ ମୁଁ କେବେ ହେଲେ ଆଶା ରଖି ନଥିଲି। ଯଦି ଆପଣମାନେ କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ଏବେ ଛାଡ଼ି ଦେବି। ଏହା ଆଦୌ ସଂଖ୍ୟାର ଖେଳ ନୁହେଁ ବୋଲି ସେ କହିଛନ୍ତି। ହିନ୍ଦୁତ୍ୱକୁ ନେଇ ଉଦ୍ଧବ କହିଛନ୍ତି, ଶିବସେନା କେବେ ହେଲେ ହିନ୍ଦୁତ୍ୱରୁ ନିଜକୁ ଅଲଗା କରିନି। ହିନ୍ଦୁତ୍ୱ ଆମ ନିଃଶ୍ୱାସରେ ରହିଛି। ହିନ୍ଦୁତ୍ୱ ପାଇଁ କିଏ କ’ଣ କରିଛି, ସେକଥା ଏବେ କହିବାର ସମୟ ନୁହେଁ। ମୁଁ ସବୁବେଳେ ବାଲାସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବାକୁ କାମ କରି ଆସିଛି। ଯେଉଁ ପର୍ୟ୍ୟନ୍ତ ଶିବ ସୈନିକ ମୋ ସହ ରହିଛନ୍ତି, ସେ ଯାଏ ମୋର କୌଣସି ଚିନ୍ତା ନାହିଁ। ଏପରି ଉଦବୋଧନ ଦେବା ପରେ ନାଟକୀୟ ଢଙ୍ଗରେ ସରକାରୀ ବାସଭବନ ଛାଡିଛନ୍ତି ଉଦ୍ଧବ ଠାକରେ।

Get real time updates directly on you device, subscribe now.