fbpx

ଦେଶର ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୩ ଲୋକସଭା ୭ ବିଧାନସଭା ଆସନରେ ଉପନିର୍ବଚନ ପାଇଁ ଆଜି ମତଦାନ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ସମସ୍ତ ଆସନର ରେଜଲ୍ଟ ୨୬ ଜୁନରେ ଘୋଷଣା କରାଯିବ । ଉତ୍ତରପ୍ରଦେଶର ରାମପୁରଓ ଆଜମଗଡ଼ ଓ ପଞ୍ଚାବର ସଙ୍ଗରୁର ଲୋକସଭା ଆସନ ପାଇଁ ପଡୁଛି ଭୋଟ୍ । ସେହିପରି ଦିଲ୍ଲୀ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାର ୭ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି ।

ୟୁପିର ରାମପୁର ଏବଂ ଆଜାମଗଡ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୋଭିଡକୁ ଦୃଷ୍ଟିରେ ରଖି ମତଦାନ ସ୍ଥାନରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଉଭୟ ଆସନରେ ଉପ-ନିର୍ବାଚନରେ ​​୩୪.୪୫ ଲକ୍ଷ ଭୋଟର ମତଦାନ କରିବେ, ଯେଉଁଥିରେ ୧୮.୭୮ ଲକ୍ଷ ପୁରୁଷ, ୧୬.୬୭ ଲକ୍ଷ ମହିଳା ଏବଂ ୨୧୮ ତୃତୀୟ ଲିଙ୍ଗ ଭୋଟର ସାମିଲ ଅଛନ୍ତି ।

Get real time updates directly on you device, subscribe now.