fbpx

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଲ’ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ବିଶେଷ ନିଯୁକ୍ତି ସୁବିଧା

ଓଡିଶା ଭାସ୍କର: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଭାରତରେ ଏକ ଅଗ୍ରଣୀ ଅନୁଷ୍ଠାନ । ଏଥିରେ ଚାକିରି ପାଇବା ସମ୍ମାନର ବିଷୟ । ଯଦି ଚାକିରି ଅନ୍ୱେଷଣରେ ଅଛନ୍ତି ତେବେ ଆଇଓସିଏଲରେ ସହଜରେ ମିଳିପାରିବ ନିଯୁକ୍ତି । ଆବେଦନର ଶେଷ ତାରିଖ ଅକ୍ଟୋବର ୮ ରହିଛି ।

ଏହି ଚାକିରି ପାଇଁ ଆଶାୟୀ କୌଣସି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହେବା ସହ ଏଲଏଲବି କରିଥିବେ ବା ୫ ବର୍ଷର ଇଣ୍ଟିଗ୍ରେଟେଡ ଲ’ କରିଥିବା ଆବଶ୍ୟକ । ସେହିପରି ଏହି ସବୁ ପଦବୀ ପାଇଁ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ବେଳେ ଓବିସି, ଏସସି, ଏସଟି ଓ ପିଡବ୍ଲୁବିଡି କ୍ୟାଟେଗୋରୀଙ୍କ ପାଇଁ ବୟସ ବର୍ଗରେ ରିହାତି ରହିଛି ।

ଇଣ୍ଡିଆନ ଅଏଲରେ ଆବେଦନ କରୁଥିବା ଆଶାୟୀଙ୍କ ଚୟନ ପିଜି କ୍ଲାଟ ୨୦୨୪ ପରୀକ୍ଷା ଆଧାରରେ ସର୍ଟ ଲିଷ୍ଟ କରାଯିବ । ଏହା ପରେ ସିଧା ଗ୍ରୁପ ଡିସ୍କସନ, ଗ୍ରୁପ ଟାସ୍କ, ଇଣ୍ଟର୍ଭୁ ହେବ । ଏହି ଚାକିରି ପାଇଁ ଆବେଦନ ଅନଲାଇନରେ ହେବ । ସକ୍ଟମକ୍ଷ.ମକ୍ଟଜ୍ଞ ଅଫିସିଅ ୱେବ ସାଇଟରେ ଭିଜିଟ କରି ପଦବୀକୁ ନେଇ ସବିଶେଷ ସଂଗ୍ରହ କରିବା ସହ ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ଡକ୍ୟୁମେଣ୍ଟକୁ ପ୍ରସ୍ତୁତ କରିବା ପରେ ଆବେଦନ କରନ୍ତୁ ।

ଆବଶ୍ୟକ ହେଉଥିବା ଦସ୍ତାବିଜରେ ଦସ୍ତକ୍ଷତ ସମ୍ବଳିତ ଦୁଇଟି ପାସପୋର୍ଟ ସାଇଜର ଫଟୋ, ଏକ ବୈଧ ଇମେଲ, ମୋବାଇଲ ନମ୍ବରର ପଞ୍ଜିକରଣ କରିବାକୁ ହେବ । ଏହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯିବ ନାହିଁ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ସେହିପରି ଆଶାୟୀଙ୍କ ପିଜି କ୍ଲାଟ ୨୦୨୪ର ଆଡମିଟ କାର୍ଡ, ଆବେଦନ ସଂଖ୍ୟା, ଜନ୍ମ ତାରିଖ ଓ କ୍ଲାଟରେ ରଖିଥିବା ନମ୍ବର ଦେବାକୁ ହେବ ।

Get real time updates directly on you device, subscribe now.