fbpx
BSKY SKY
BSKY SKY

CIPET ପକ୍ଷରୁ ବାହାରିଲା ଅନେକ ପଦବୀ

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଟେକ୍ନିକାଲ ଅଫିସର, ଆସିଷ୍ଟାଣ୍ଟ ଅଫିସର, ଟେକ୍ନିକାଲ ଆସିଷ୍ଟାଣ୍ଟ, ଆଡମିନିଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ଆସନ୍ତା ମାସ ୨୯ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ପତ୍ର ପଠାଇବାକୁ ପଡ଼ିବ । ପ୍ରାର୍ଥୀମାନେ ଉପଯୁକ୍ତ ଫର୍ମାଟରେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ‘ଡାଇରେକ୍ଟର (ଆଡମିନିଷ୍ଟ୍ରେସନ), ସିପେଟ ହେଡ୍ ଅଫିସ, ଟି.ଭି.କେ. ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଗୁଇଣ୍ଡି, ଚେନ୍ନାଇ- ୬୦୦୦୩୨ ଠିକଣାରେ ରେଜିଷ୍ଟର୍ଡ / ସ୍ପିଡ ପୋଷ୍ଟ ମାଧ୍ୟମରେ ସେମାନଙ୍କର ଆପ୍ଲିକେସନ ଫର୍ମ ପଠାଇବେ । ସମସ୍ତ ପ୍ରାର୍ଥୀ ଏନଭଲପର ଟପରେ ‘Advt. No. ଓ ତାରିଖ, ‘Name of the post applied for’ ଲେଖିବେ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ । ଏହି ନିଯୁକ୍ତ ପାଇଁ କିଛି ରୁଲ ଓ ରେଗୁଲେସନ ରହିଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କରୁ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

ଆପ୍ଲିକେସନ ଫର୍ମ ଡାଉନଲୋଡ୍ ଲିଙ୍କ: https://www.cipet.gov.in/job-opportunities/permanent_positions.php

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.cipet.gov.in/

ନୋଟିଫିକେସନ ଲିଙ୍କ: https://www.cipet.gov.in/job-opportunities/downloads/15-04-2023-001/Advertisement.pdf

Get real time updates directly on you device, subscribe now.