fbpx

ଓଡ଼ିଶା ସରକାର ଅଧିନରେ କରନ୍ତୁ ଚାକିରି: ତିନି ପ୍ରକାର ପଦ ପାଇଁ ଆବେଦନ କରନ୍ତୁ

Advertisement

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର, ସିଆରପି- ସିଏମ, ମାଷ୍ଟର ବୁକ କିପର ଆଦି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଆସନ୍ତା ୨୩ ତାରିଖ ରହିଛି । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପଞ୍ଚାୟତ ସମିତି ଅଫିସ, କୁଳିଅଣା ପକ୍ଷରୁ ଏହି ନିଯୁକ୍ତି ବିଜ୍ଞାପନ ବାହାରିଛି । ସିଆରପି- ସିଏମ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ, ଏମବିକେ ଓ ବ୍ୟାଙ୍କ ମିତ୍ର ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ / ଇଣ୍ଟରମିଡିଏଟ୍ ରହିଥିବା ଆବଶ୍ୟକ । ପ୍ରତ୍ୟେକ ପଦ ପାଇଁ ଅଲଗା ଅଲଗା ଦରମା ରହିଛି । ସିଆରପି-ସିଏମ ପାଇଁ ୬୮ଟି, ଏମବିକେ ପାଇଁ ୮ଟି ଓ ବ୍ୟାଙ୍କ ମିତ୍ର ପାଇଁ ୬ଟି ପଦ ଖାଲି ରହିଛି ।

ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଜଣେ ମହିଳା ସ୍ୱୟଂ ସହାୟିକା (ଏସଏଚଜି) ସଦସ୍ୟା ହେବା ସହ ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼଼ିବା ଭଲଭାବେ ଜାଣିଥିବେ । ସେ ସ୍ଥାନୀୟ ଭାଷା ଜାଣିଥିବା ଆବଶ୍ୟକ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସେମାନଙ୍କର ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3e1e32e235eee1f970470a3a6658dfdd5/uploads/2023/06/2023060912.pdf

ଆବେଦନ ଫର୍ମ: https://cdn.s3waas.gov.in/s3e1e32e235eee1f970470a3a6658dfdd5/uploads/2023/06/2023060999.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://mayurbhanj.nic.in/

Get real time updates directly on you device, subscribe now.