fbpx

ଓଡ଼ିଶାରେ ପାଆନ୍ତୁ ଚାକିରି: ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଏକାଧିକ ବର୍ଗରେ ଶତାଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର, ସିଆରପି-ସିଏମ ଓ ମାଷ୍ଟର ବୁକ କିପରି (ଏମବିକେ) ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇ ପାରିବେ ।

ବ୍ୟାଙ୍କ ମିତ୍ର, ଏମବିକେ ପଦ ପାଇଁ ପ୍ରାର୍ଥୀ ଦଶମ / ଦ୍ୱାଦଶ ପାସ କରିଥିବା ଆବଶ୍ୟକ । ସେହିପରି ସିଆରପି-ସିଏମ ପଦ ପାଇଁ ପ୍ରାର୍ଥୀ ଦଶମ ପାସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମ ପଠାଇବାକୁ ପଡ଼ିବ । ପ୍ରତ୍ୟେକ ପଦ ପାଇଁ ଦରମା ଓ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ପ୍ରାର୍ଥୀ ଜଣେ ମହିଳା ହେବା ସହ ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି)ର ସଦସ୍ୟ ହୋଇଥିବେ । ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବେ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତ, ବୟସ ଯୋଗ୍ୟତା, ଦରମା, ଅଭିଜ୍ଞତା, ପୋଷ୍ଟିଂ ସ୍ଥାନ ଆଦି ବିଷୟରେ ଜାଣିପାରିବେ । ପ୍ରାର୍ଥୀମାନେ ୱେବସାଇଟରୁ ସେମାନଙ୍କର ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://missionshakti.odisha.gov.in/district-pages/mayurbhanj

Get real time updates directly on you device, subscribe now.