fbpx

WTCରେ ବିରାଟ ଇତିହାସ ସୃଷ୍ଟି କଲେ ଜୋ ରୁଟ୍: କୋହଲି-ସ୍ମିଥ-ୱିଲିୟମସନ୍ ରହିଗଲେ ଖୁବ ପଛରେ

ନୂଆଦିଲ୍ଲୀ: ମୁଲତାନ ଷ୍ଟାଡିୟମରେ ଖେଳାଯାଉଛି ଇଂଲଣ୍ଡ-ପାକିସ୍ତାନ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ପ୍ରଥମ ଇନିଂସରେ ପାକିସ୍ତାନ ୫୫୬ ରନ୍ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଦମଦାର ଆରମ୍ଭ କରିଛି । ଦଳର ଷ୍ଟାର ଟେଷ୍ଟ ସ୍ପେଶାଲିଷ୍ଟ ଜୋ ରୁଟ ପାକିସ୍ତାନ ବୋଲରଙ୍କ ବିପକ୍ଷରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜରିଆରେ ଟେଷ୍ଟ କ୍ୟାରିୟରର ୩୫ ତମ ଶତକ ହାସଲ କରିଛନ୍ତି । ଏହାସହିତ ଅନେକ ରେକର୍ଡ ଭାଙ୍ଗି ସେ ଇତିହାସ ସୃଷ୍ଟି କରିଛନ୍ତି । ବିରାଟ କୋହଲି, ଷ୍ଟିଭ ସ୍ମିଥ ଏବଂ କେନ୍ ୱିଲିୟମସନଙ୍କ ସମେତ ଆହୁରି ଅନେକ ଧୁରନ୍ଧର ଏହି କାରନାମା କରିବାରେ ଫେଲ ମାରିଥିବା ବେଳେ ରୁଟ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ଜୋ ରୁଟ । ଏହି ତାଲିକାରେ ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ସେ ପଛରେ ପକାଇଛନ୍ତି । ଗାଭାସ୍କରଙ୍କ ସମେତ ବ୍ରାୟନ ଲାରା, ମାହେଲା ଜୟବର୍ଦ୍ଧନେ ଏବଂ ୟୁନିସ ଖାନଙ୍କୁ ମଧ୍ୟ ସେ ଅତିକ୍ରମ କରି ସାରିଛନ୍ତି । ପାକିସ୍ତାନ ବିପକ୍ଷରେ ନିଜ କ୍ୟାରିୟରର ୧୪୭ ଟେଷ୍ଟ ମ୍ୟାଚରୁ ୩୫ତମ ଶତକ ହାସଲ କରିଛନ୍ତି ଜୋ ରୁଟ । ଏହି ତାଲିକାରେ ସର୍ବଶ୍ରେଷ୍ଠରେ ରହିଛନ୍ତି ସଚିନ୍ ତେନ୍ଦୁଲକର, ଜ୍ୟାକ କାଲିସ, ରିକି ପଣ୍ଟିଂ, କୁମାର ସଙ୍ଗକାରା ଏବଂ ରାହୁଲ ଦ୍ରାବିଡ । ବର୍ତ୍ତମାନ ରୁଟ ଦ୍ରାବିଡଙ୍କ ଅପେକ୍ଷା ମାତ୍ର ଗୋଟିଏ ଶତକ ଦୂରରେ ରହିଛନ୍ତି ।

ଏହି ମ୍ୟାଚରେ ସେ ଆଉ ଏକ ବିଶାଳ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ସେ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛନ୍ତି । ଏହି ମ୍ୟାଚରେ ୨୭ ରନ୍ କରି ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ୫୦୦୦ ରନ୍ ପୂରଣ କରିଛନ୍ତି ରୁଟ । ୫୯ଟି ମ୍ୟାଚ୍ ଖେଳି ସେ ଏହି ଉପଲବ୍ଧି ହାସଲ କରିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୧୬ଟି ଶତମ ଲଗାଛନ୍ତି । ତେବେ ଏହି ତାଲିକାରେ କେନ୍ ୱିଲିୟମସନ୍, ବିରାଟ କୋହଲି ଏବଂ ଷ୍ଟିଭ ସ୍ମିଥ ରୁଟଙ୍କର ଖୁବ ପଛରେ ରହିଛନ୍ତି ।

Get real time updates directly on you device, subscribe now.