fbpx

ମାନହାନି କେସ୍ ଜିତିଲେ ଜନୀ ଡେପ୍: ଏବେ ଏମ୍ବର ହର୍ଡଙ୍କୁ ଦେବାକୁ ହେବ ୧୫ ମିଲିୟନ ଡଲାର

ନୂଆଦିଲ୍ଲୀ: ହଲିଉଡ ଷ୍ଟାର ଜନୀ ଡେପ୍ ଏବଂ ତାଙ୍କ ପତ୍ନୀ ଏମ୍ବର ହର୍ଡଙ୍କ ମଧ୍ୟରେ ଚାଲୁଥିବା ମାନହାନି ମାମଲାର ଶୁଣାଣି ଆସିସାରିଛି । ଆଉ ଶେଷରେ ଜନୀ ଡେପ୍ ଏହି କେସ୍ ଜିତିଛନ୍ତି । ଏବେ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ ଡଲାରର କ୍ଷତିପୂରଣ ଜନୀ ଡେପଙ୍କୁ ଦେବାକୁ ହେବ । ଲମ୍ବା ଯୁକ୍ତିତର୍କ, ସାକ୍ଷ୍ୟ ପ୍ରମାଣ, ଅନେକ ଘଣ୍ଟାର ବିଚାର-ବିମର୍ଶ ପରେ ମାମଲାର ଶୁଣାଣି କରୁଥିବା ୭ ଜଜଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇଥିଲେ ।

ଜଜ୍ ଏମ୍ବର ହର୍ଡଙ୍କୁ ଆଦେଶ ଦେଇଛନ୍ତି ଯେ ସେ ୧୦ ମିଲିୟନ ଡଲାରର କ୍ଷତିପୂରଣ ଏବଂ ୫ ମିଲିୟନ ଡଲାର ଜରିମାନାର ଦେବାକୁ ପଡ଼ିବ । ବିଚାରପତି ନିଜ ନିଷ୍ପତ୍ତିରେ କହିଥିଲେ ଯେ ଜନୀ ଡେପ୍ ଏହା ପ୍ରମାଣ କରିବାରେ ସଫଳ ହୋଇଛନ୍ତି ଯେ ଏମ୍ବର ହର୍ଡ ତାଙ୍କୁ ବଦନାମ କରିଛନ୍ତି । ବେଞ୍ଚ ଏମ୍ବରଙ୍କ ସହ ଜନୀ ଡେପଙ୍କୁ ମଧ୍ୟ କିଛି ମାମଲାରେ ଦୋଷୀ ପାଇଛନ୍ତି ଏବଂ ଏଥିପାଇଁ ଜନୀ ଡେପଙ୍କୁ ୨ ମିଲିୟନ ଜରିମାନା ଲଗାଇଛନ୍ତି । ୭ ସଦସ୍ୟ ବେଞ୍ଚ ଶେଷ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ତିନି ଦିନ ପର୍ଯ୍ୟନ୍ତ ଗହନ ବିଚାର ବିମର୍ଶ କରିଥିଲେ । ଜନୀ ଡେପ୍ ଏମ୍ବର ହର୍ଡଙ୍କ ଆଇନଗତ ଲଢ଼େଇ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା ହୋଇଥିଲା ।

ସେପେଟ ନିଷ୍ପତ୍ତି ଆସିବା ଜନୀଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ତାଙ୍କର ହଜାର ହଜାର ଫ୍ୟାନ୍ସ ଶୁଣାଣି ହେଉଥିବା ଭବନ ବାହାରେ ଏକାଠି ହୋଇଥିଲେ । ଆଉ ଯେତେବେଳେ ସେମାନେ ଜାଣିଥିଲେ ଯେ ଏମ୍ବର ହର୍ଡ ହାରିଛନ୍ତି ସେତେବେଳେ ଜନୀଙ୍କ ଫ୍ୟାନମାନେ ହାଉସ ବାହାରେ ଉତ୍ସବ ମନାଇବାକୁ ଆରମ୍ଭ କରିଦେଇଥିଲେ ।

ଜନୀ ଡେପ ଏବଂ ଏମ୍ବର ହର୍ଡଙ୍କ ହାଇପ୍ରୋଫାଇଲ ମକଦ୍ଧମା ସମୟରେ ଗତ ୬ ସପ୍ତାହରେ ଅନେକ ଲୋକଙ୍କ ସାକ୍ଷ୍ୟ ନିଆଯାଇଥିଲା । ଗତ ୬ ସପ୍ତାହରେ ୧୦୦ ଘଣ୍ଟାରୁ ଅଧିକ ସମୟର ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଶେଷରେ ଅନେକ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନେଇଥିଲେ ବିଚାରପତି ।

ଏମିତି ଆରମ୍ଭ ହୋଇଥିଲା ବିବାଦ: ଜନୀ ଡେପ୍ ଏମ୍ବର ହର୍ଡଙ୍କ ମଧ୍ୟରେ ଏହି ହାଇପ୍ରୋଫାଇଲ ବିବାଦ ୨୦୧୮ରେ ପ୍ରକାଶିତ ଏକ ଲେଖାକୁ ନେଇ ହୋଇଥିଲା । ଯେଉଁଥିରେ ଜନୀ ଡେପ୍ ଙ୍କ ପୂର୍ବ ପତ୍ନୀ ଏମ୍ବର ହର୍ଡ କହିଥିଲେ ଯେ ସେ ନିଜେ ଘରୋଇ ହିଂସାର ଶିକାର ହୋଇଥିଲେ । ଏହି ଲେଖା ପ୍ରକାଶିତ ହେବା ପରେ ଜନୀ ଡେପ୍ ଏମ୍ବରଙ୍କ ବିରୋଧରେ ମାନହାନି କେସ କରିଥିଲେ ।

ସୂଚନାଯୋଗ୍ୟ, ଉଭୟ ୨୦୧୫ରେ ବିବାହ କରିଥିଲେ । କିନ୍ତୁ ଏହି ଦୁଇ ହଲିଉଡ ଷ୍ଟାରଙ୍କ ବିବାହ ବେଶିଦିନ ତିଷ୍ଠିନଥିଲା ଏବଂ ଦୁହେଁ ୨୦୧୭ ରେ ଅଲଗା ହୋଇଥିଲେ ।

Get real time updates directly on you device, subscribe now.