fbpx

Video; ସ୍ୱାମୀଙ୍କ ଅନ୍ୟ ଝିଅ ସହିତ ସମ୍ପର୍କ ପାଇଁ ଚାଲିଗଲା ସାମ୍ବାଦିକା ମଧୁମିତାଙ୍କ ଜୀବନ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ବାପୁଜୀ ନଗର ନିକଟ ରେଳ ଧାରଣାରୁ ସାମ୍ବାଦିକା ମଧୁମିତାଙ୍କ ମୃତଦେହ ଉଦ୍ଧାର । ଟ୍ରେନ୍ ଆଗକୁ ଡେଇଁ ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଜାରି ରହିଛି । ମୃତ୍ୟୁ ପୂର୍ବରୁ ସାମ୍ବାଦିକା ମଧୁମିତାଙ୍କ ଭିଡିଓ ଭାଇରାଲ୍ ହୋଇଛି । ସାମ୍ବାଦିକା ଜଣକ ନିକଟରେ ବିବାହ କରିଥିଲେ । ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିଥିଲେ ମଧୁମିତା ।

ଭିଡିଓରେ ସ୍ୱାମୀ ଧୋକା ଦେଉଥିବା କହୁଛନ୍ତି ସାମ୍ବାଦିକା ମଧୁମିତା । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି । ସ୍ୱାମୀଙ୍କ ଅନ୍ୟ ଝିଅ ସହିତ ସମ୍ପର୍କ ପାଇଁ ଚାଲିଗଲା ସାମ୍ବାଦିକା ମଧୁମିତାଙ୍କ ଜୀବନ….

 

Get real time updates directly on you device, subscribe now.