fbpx

ଲୋକସଭା ଭବନରେ ସାମ୍ବାଦିକଙ୍କୁ ମିଳିଲା ଅନୁମତି, ୧୩ ତାରିଖରେ ନିୟମ ଲାଗୁ

Advertisement

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଅର୍ଥାତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ଲୋକସଭା ଭବନକୁ ସାମ୍ବାଦିକଙ୍କୁ ଅନୁମତି ମିଳିବ । ଏହି ସୁବିଧାଟି ଆସନ୍ତା ୧୩ ତାରିଖରେ ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ପାଇଁ ଲାଗୁ କରାଯିବ । ବିଜେଡି ସରକାରରେ ରହିଥିବା ସମୟରେ ସାମ୍ବାଦିକମାନଙ୍କୁ ଲୋକସଭା ଭବନକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି କଟକଣା ୨୦୨୦ ମସିହା ମାର୍ଚ୍ଚ ମାସଠାରୁ ଲାଗୁ କରାଯାଇଥିଲା ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ଲୋକସଭା ଭବନକୁ ସାମ୍ବାଦିକମାନେ ଯିବାକୁ ନେଇ ପ୍ରତିବାଦ କରିଥିଲେ । ଏହାକୁ ଆଜି ରାଜ୍ୟ ବିଜେପି ପୁଣି ଥରେ ଲାଗୁ କରିବାକୁ ଯାଉଛି । ଓଡିଶାରେ ୧୨ ଜୁନରେ ନୂତନ ସରକାର ଗଠନ କଲାପରେ ରାଜ୍ୟର ସାମ୍ବାଦିକମାନଙ୍କୁ ଅନୁମତି ମିଳିବା ନେଇ ବିଜେପି ପକ୍ଷରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.