fbpx

‘ମୁଖ୍ୟମନ୍ତ୍ରୀ ତ ହୋଇଗଲେ, ହେଲେ ଏତେ ସହଜ ନୁହେଁ ଜର୍ଣ୍ଣି’, ଜାଣନ୍ତୁ ଆତିଶୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ବର୍ତ୍ତମାନ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ପାଞ୍ଚ ବର୍ଷ ପାଇଁ ନୁହେଁ ବରଂ ମାତ୍ର ୫ ମାସ ପାଇଁ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତିରେ ବ୍ୟସ୍ତ ଅଛି ଆପ୍ ।

ପ୍ରାୟ ୧୦ ବର୍ଷ ପରେ ଦିଲ୍ଲୀର ନୂତନ ମହିଳା ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପାଖରେ ଜନତା ଓ ଦେଶର ସେବା କରିବା ଏବଂ ନିଜକୁ ପ୍ରମାଣିତ କରିବା ପାଇଁ ବହୁତ କମ୍ ସମୟ ରହିଛି । ତାଙ୍କୁ ଏବେ ବହୁତ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ସୂଚନାଯୋଗ୍ୟ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ଆତିଶୀ ତାଙ୍କ ପ୍ରଥମ ବୟାନରେ କହିଥିଲେ, ‘ଆବିନ୍ଦ କେଜରିୱାଲ ତାଙ୍କୁ ପ୍ରଥମେ ବିଧାୟକ କରିଥିଲେ, ପରେ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ଦିଲ୍ଲୀର କେବଳ ଜଣେ ହିଁ ମୁଖ୍ୟମନ୍ତ୍ରୀ ଏବଂ ସେ ହେଉଛନ୍ତି ଅରବିନ୍ଦ କେଜରିୱାଲ । ତେବେ ଆସନ୍ତୁ ଜାଣିବା ଆତିଶୀଙ୍କୁ କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ।

୧. ସରକାର ଏବଂ ଦଳ ସ୍ତରରେ ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରସ୍ତୁତି: ଦିଲ୍ଲୀରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର- ନଭେମ୍ବରରେ ବିଧାନସଭା ନିର୍ବାଚନ ହେବା ନେଇ ଆପର ବରିଷ୍ଠ ନେତା ଗୋପାଳ ରାୟ ସ୍ପଷ୍ଟ କରିଥିଲେ । ଜନତାଙ୍କ ଦୃଦୟ ଜିତିବା ପାଇଁ ଆତିଶୀଙ୍କ ପାଖରେ ସୀମିତ ସମୟ ଅଛି । ଦଳ ଆତିଶୀଙ୍କ ଉପରେ ଭରସା ଦେଖାଇଛି ତେଣୁ ସେ ଏହି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରୁଛନ୍ତି ଦେଖିବାକୁ ବାକି ରହିଲା ।

୨. ଆପର ଭାବମୂର୍ତ୍ତିକୁ ଶୀଘ୍ର ସୁଧାରିବା: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ଯାଞ୍ଚର ସାମ୍ନା କରିଥିଲେ ଆମ ମୁଖ୍ୟ ଅରବିନ୍ଦ କେଜରିୱାଲ । ଏହା ବ୍ୟତୀତ ମନୀଷ ସିସୋଦିଆ, ସଞ୍ଜୟ ସିଂହଙ୍କ ଭଳି ଅନେକ ଆପ୍ ନେତା ଜାମିନରେ ଜେଲରୁ ମୁକୁଳିଛନ୍ତି । ଫଳରେ ସାଧାରଣ ଜନତାଙ୍କ ମନରେ ଆପକୁ ନେଇ ଛବି ଏକ ପ୍ରକାର ମଳିନ ହୋଇଛି । ଏହା ଦ୍ୱାରା ଦଳକୁ ରାଜନୈତିକ ସଂକଟର ସାମ୍ନା କରିବାକୁ ପଡ଼ୁଛି ।

୩. ମହିଳା ସୁରକ୍ଷାକୁ ଗୁରୁତ୍ୱ: ଆପର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ସିଏମ ଆବାସରେ ମାରପିଟ୍ ଘଟଣା ପରେ ଦଳରେ ମହିଳା ବିରୋଧୀ ଛବି ସୃଷ୍ଟି ହୋଇଛି । ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କୁ ଇମେଜ୍ କଣ୍ଟ୍ରୋଲ କରିବାକୁ ପଡ଼ିବ ।

୪. ବିଚାରଧୀନ ଫାଇଲ: ଅରବିନ୍ଦ କେଜରିୱାଲ ଦୀର୍ଘ ସମୟ ଧରି ଜେଲରେ ରହିବା ଯୋଗୁ ଦିଲ୍ଲୀ ସରକାରଙ୍କ ବିଚାରଧୀନ ଫାଇଲ ରହିଛି । ଏହି ସବୁ ଫାଇଲ୍ କାର୍ଯ୍ୟ ତୁଟାଇବା ତାଙ୍କ ପାଇଁ ଅନ୍ୟ ଚ୍ୟାଲେଞ୍ଜ । ଜଣେ ଯୁବା ମୁଖ୍ୟମନ୍ତ୍ରୀ ଭାବରେ କେତେ ସ୍ପୀଡରେ ଏହି ବିଚାରଧୀନ ଫାଇଲ କାମ ଶେଷ କରୁଛନ୍ତି ଦେଖିବାକୁ ବାକି ରହିଲା ।

୫. ଉପ ରାଜ୍ୟପାଳ ଏବଂ ପ୍ରଶାସନର ବିଶ୍ୱାସ ବଜାୟ ରଖିବାକୁ ପ୍ରୟାସ: ଦିଲ୍ଲୀ ମଦ ଦୁର୍ନୀତି ମାମଲା ପରେ ଅରବିନ୍ଦ କେଜରିୱାଲ ଏବଂ ଆପ୍ ଉପରୁ ଉପ ରାଜ୍ୟପାଳ ଏବଂ ପ୍ରଶାସନର ବିଶ୍ୱାସରେ ଫାଟ ସୃଷ୍ଟି ହୋଇଛି । ନିର୍ବାଚନ ପୂର୍ବରୁ ଆତିଶୀଙ୍କୁ କିଛି ନୂତନ ଏବଂ ବଡ଼ ଯୋଜନାର ଘୋଷଣା କରିବାର ଅଛି । ଏଭଳି ସ୍ଥିତିରେ ଉପ ରାଜ୍ୟପାଳ ଏବଂ ପ୍ରଶାସନ ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ଏବଂ ସେମାନଙ୍କ ବିଶ୍ୱାସ ଜିତିବା ଆତିଶୀଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ।

Get real time updates directly on you device, subscribe now.