fbpx

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା; ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଲେ । ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ପଦ ଛାଡ଼ିଲେ । ନଡ୍ଡାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ । ଫେବୃଆରୀ ୨୭ ତାରିଖରେ ସେ ଗୁଜୁରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟି ସ୍ଥାନରୁ ସାଂସଦ ହୋଇପାରିବେ ନାହିଁ । ତେଣୁ ଜେପି ନଡ୍ଡା ହିମାଚଳରୁ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ସେ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଭାବେ ସଦସ୍ୟତା ବଜାୟ ରଖିବେ ।

ନିକଟରେ ହିମାଚଳ ପ୍ରଦେଶରୁ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ । ନଡ୍ଡା କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରିଥିଲେ । ୨୫ ଜଣ ବିଧାୟକ ଥିବା ସତ୍ତ୍ୱେ ରାଜ୍ୟସଭା ନିର୍ବାଚନରେ ବିଜେପି କଂଗ୍ରେସ ସହ ସମାନ ଭୋଟ ପାଇଥିଲା । କଂଗ୍ରେସ ଓ ବିଜେପିକୁ ୩୪ ଟି ଲେଖାଏଁ ଭୋଟ୍ ମିଳିଥିଲା । ୬ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲେ ।

Get real time updates directly on you device, subscribe now.