fbpx
BJD SKY
BJD SKY

ଜୁଡୋରେ ଭାରତକୁ ୨ ପଦକ : ୪୮ କେଜି ବର୍ଗରେ ରୌପ୍ୟ ଜିତିଲେ ସୁଶିଲା ଦେବୀ

BJD

ନୂଆଦିଲ୍ଳୀ: ଭାରତୀୟ ଜୁଡୋ ଖେଳାଳି ଏଲ ସୁଶୀଲା ଦେବୀ କମନୱେଲଥ ଗେମ୍ସରେ ମହିଳା ୪୮ କିଲୋ ବର୍ଗରେ ସୋମବାର ରୌପ୍ୟ ପଦକ ହାସଲ କରିଛନ୍ତି । ସୁଶୀଲାଙ୍କୁ ଫାଇନାଲରେ ଦକ୍ଷିଣ ଆଫ୍ରିକା ର ମିଶେଲାଙ୍କ ଠାରୁ ହାରର ସାମ୍ନା କରିବାକୁ ପଡ଼ିଛି । ଉଭୟ ଖେଳାଳିଙ୍କ ମଧ୍ୟରେ ୪.୨୫ ମିନିଟ ପର୍ଯ୍ୟନ୍ତ ମ୍ୟା୍ଚ ଜାରି ରହିଥିଲା । ସୁଶୀଲା ଏହା ପୂର୍ବରୁ ଗ୍ଲାସଗୋ କମନୱେଲଥ ଗେମ୍ସ ୨୦୧୪ ରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ସେପଟେ ପୁରୁଷ ୬୦ କେଜି ପୁରୁଷ ବର୍ଗରେ ବିଜୟ କୁମାର ଯାଦବ ସ୍କଟଲ୍ୟାଣ୍ଡର ଡିନଲାନ ମୁନରୋଙ୍କୁ ହରାଇ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।

 

Get real time updates directly on you device, subscribe now.