fbpx

ଚାଲାଣଠାରୁ ବର୍ତ୍ତିବା ପାଇଁ ଜୁଗାଡ୍ ଟେକ୍ନୋଲୋଜି: ପୁଲିସ୍ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆଜିକା ସମୟରେ ଲୋକଙ୍କ ପାଖରେ ସବୁ ଜିନିଷର ବିକଳ୍ପ ଉପଲବ୍ଧ ରହିଛି । ନିଜ ସୁବିଧା ଅନୁସାରେ ଲୋକମାନେ ଜୁଗାଡ୍ କରିବାର ରାସ୍ତା ବାହାର କରିଦେଉଛନ୍ତି । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଲକଡାଉନ୍ ଲାଗୁ କରାଯାଇଛି । ଏହି ସମୟରେ ବାହାରକୁ ବାହାରିବା କ୍ଷଣି ପୁଲିସ୍ ସେମାନଙ୍କୁ ସାବାଡ୍ କରୁଛି । ଏହି ପରିପ୍ରେକ୍ଷୀରେ ଏପରି କିଛି ଲୋକ ରହିଛନ୍ତି ଯେଉଁ ମାନେ ନାନା ପ୍ରକାରର ବାହାନା କରି ବାହାରେ ବୁଲିବାକୁ ଚେଷ୍ଟା କରୁଛନ୍ତି । ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ପୁଲିସ୍ ଗୋଟିଏ ଲୋକଙ୍କୁ ଲକଡାଉନ୍ ସମୟରେ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ପୁଲିସ୍ ବି କଣ କରିବ ତାହା ବୁଝିପାରୁନି ।

ଦେଶରେ ଆଜିକାଲି ଜୁଗାଡ ଟେକ୍ନୋଲୋଜି ଦେଖିବାକୁ ମିଳିଛି । ଖାସ୍ କରି ଭାରତରେ ଏପରି ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । ତେବେ ଗୋଟିଏ ଲୋକ ଯାହାକୁ ପୁଲିସ୍ ବି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ଯେ, ଉକ୍ତ ଲୋକର ଚାଲାଣ କାଟିବି କି ନାହିଁ । ଏବେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛିା ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକଟି ଏମିତି ଏକ ଯାନ ଚଳାଉଛି ଯାହା ସାମନା ପଟରୁ ଏକ ସ୍କୁଟର୍ ପରି ଦିଶୁଥିବା ବେଳେ ପଛରୁ ଏକ ସାଇକେଲ୍ ପରି ହୋଇଛି । ତେବେ ଏହା ଏକରକମ୍ କନଫ୍ୟୁଜ୍ କରୁଛି ଯେ, ଏହା ଅସଲରେ ସାଇକେଲ୍ କି ସ୍କୁଟର୍ । ଏହାର ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି । ଏଥିରେ ଲୋକମାନେ ଲୋକର ନୁତନ ଟେକ୍ନୋଲୋଜିକୁ ପସନ୍ଦ କରିଥିବା ବେଳେ ଖୁବ୍ ମଜାଦାର୍ କମେଣ୍ଟ ଦେଇଛନ୍ତି ।

 

Get real time updates directly on you device, subscribe now.