fbpx

ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ବାହାରିଲା ଜୁନିୟର କ୍ଲର୍କ ପଦବୀ, ଆବେଦନ ଅନଲାଇନରେ ହେବ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ (ଓଏଚପିସି)ରେ ବାହାରିଛି ଅନେକ ପଦବୀ । ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ ଓ ଏଲଡି ଆସିଷ୍ଟାଣ୍ଟ ଟ୍ରେନିଂ ଭାବେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆସନ୍ତା ମାସ ୧୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୧ ତାରିଖରେ ଏହା ସମାପ୍ତ ହେବ । ଏହାପରେ ଆସନ୍ତାବର୍ଷ ଜାନୁଆରୀ ମାସରେ ଅନଲାଇନରେ ପରୀକ୍ଷା ଆୟୋଜିତ ହେବାର ସମ୍ଭାବନା ରହିଛି । ପ୍ରାର୍ଥୀଙ୍କର ବୟସ ୧୮ରୁ ୩୮ ବର୍ଷ ମଧ୍ୟରେ ରହିବ । ବୟସ କୋହଳ ନିୟମ ଅନୁଯାୟୀ ଲାଗୁ ହେବ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ସହିତ କମ୍ପ୍ୟୁଟର ଆପ୍ଲିକେସନ / ଅଫିସ ମ୍ୟାନେଜମେଣ୍ଟରେ ଡିପ୍ଲୋମା ରହିଥିବା ଆବଶ୍ୟକ । ୟୁଆର / ଏସଇବିସି ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ୫୦୦ ଟଙ୍କା ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ କୌଣସି ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ ।

ଅନଲାଇନ ଆବେଦନ ଲିଙ୍କ: Available on 12.11.2022

ନୋଟିଫିକେସନ ଲିଙ୍କ: http://admin.ohpcltd.com/Siteupdate/RecruitmentFile/ANE%20Trainee%20Recruitment%20Advertisement%2027.10.2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.ohpcltd.com/

Get real time updates directly on you device, subscribe now.