fbpx

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କନିଷ୍ଠ ଯନ୍ତ୍ରୀ । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର କନିଷ୍ଠ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ରଶ୍ମିରଞ୍ଜନ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସହରାଞ୍ଚଳ ଆବାସ ଯୋଜନାରେ ୪୦ ହଜାର ଟଙ୍କା ଦେବାକୁ ସେ ଲାଞ୍ଚ ନେଉଥିବା ଜଣାପଡିଛି । ରଶ୍ମିଙ୍କୁ ଗିରଫ କରିବା ପରେ ଘଟଣାର ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ।

Get real time updates directly on you device, subscribe now.