fbpx

ନୂଆ ଭୂମିକାରେ ଆସିବେ ଜୁନିଆର ଏନଟିଆର: ଅଗଷ୍ଟ ୧୯ରୁ ମୁମ୍ବାଇରେ ଚାଲିବ ସୁଟିଂ

ନୂଆଦିଲ୍ଲୀ: ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯୁଦ୍ଧ ୨’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ସେ ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଆସନ୍ତା ମାସରେ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଫିଲ୍ମର ଦ୍ୱିତୀୟ କାର୍ୟ୍ୟସୂଚୀ ସୁଟିଂ କରିବାକୁ ଜୁନିୟର ଏନଟିଆର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଯୁଦ୍ଧ ୨ ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏବଂ ହ୍ରିତିକ ରୋଶନଙ୍କ ଚରିତ୍ର ମଧ୍ୟରେ କଡ଼ା କଡା ଟକ୍କର ହେବ ବୋଲି ଜଣାପଡିଛି ।

ଖବର ଅନୁସାରେ ଜଣାପଡିଛି ଯେ, ଜୁନିଅର ଏନଟିଆର ‘ଯୁଦ୍ଧ ୨’ର ଦ୍ୱିତୀୟ କାର୍ୟ୍ୟସୂଚୀ ଆରମ୍ଭ କରିବା ପୂର୍ବରୁ ତାଙ୍କର ଦେବରା ଚଳଚ୍ଚିତ୍ରର ସମ୍ବନ୍ଧୀୟ ସମସ୍ତ କାର୍ୟ୍ୟ ସମାପ୍ତ କରିବାକୁ ଯାଉଛନ୍ତି । ଏଥିସହ ସେ ଏଥର ଦମଦାର ଆକ୍ସନ୍ ସହିତ ଯୁଦ୍ଧ-୨ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଯୁଦ୍ଧ ୨ ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀ ପ୍ରଥମଥର କରି ଜୁନିଅର ଏନଟିଆରଙ୍କୁ ଆଗରୁ କେବେବି କେବେବି ଦେଖାଯାଇ ନଥିବା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।

ସେହିପରି ୱାର-୨ ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏକ ବିଶେଷ ଭୂମିକାରେ ନଜର ଆସିବେ । ଅଗଷ୍ଟ ୧୮ରୁ ମୁମ୍ବାଇର ଏହାର ସୁଟିଂ ଜାରି ରହିବ । ୱାର-୨ର କାଯ୍ୟସୂଚୀ ବାହାରେ ପ୍ରକାଶ ନକରିବାକୁ ଚଳଚ୍ଚିତ୍ର ଟିମକୁ କଡା ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ଜଣା ପଡିଛି ଯେ ଏହି ପିଲ୍ମିରେ ବଲିଉଡର ଶାହାରୁଖ, ସଲମନଙ୍କ ପରି ବଡ କଳାକାର ମାନେ ପରଦାରେ ନଜର ଆସିବେ ।

 

Get real time updates directly on you device, subscribe now.