fbpx

ଜଙ୍କ ଫୁଡ୍ ବଢ଼ାଉଛି ଦେଶର ଯୁବପୀଢ଼ି ଓ ଶିଶୁଙ୍କର ମୋଟାପଣ, ପରିସ୍ଥିତିକୁ ଦୃଷ୍ଟିରେ ରଖି FSSAI ନେଲା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଜଙ୍କ ଫୁଡର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଯୁବକ ଓ ଶିଶୁମାନେ ଜଙ୍କ ଫୁଡର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଚିନ୍ତା ବ୍ୟକ୍ତ କରିଛି । ତେଣୁ ଏହି ସାମଗ୍ରୀର ପ୍ୟାକିଂରେ ଦିଆଯାଉଥିବା ସୂଚନାର ସ୍ଥାନ ପରିବର୍ତ୍ତନ କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଏବେ ସମସ୍ତ ତଥ୍ୟ ପ୍ୟାକେଟର ପଛପାଖେ ନରହି ସାମନା ପଟେ ରହିବ ବୋଲି କୁହାଯାଇଛି ।

ଏନେଇ ଏଫଏସଏସଏଆଇ ସିଇଓ ଅରୁଣ ସିଂଘଲ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ସ୍ୱାସ୍ଥ୍ୟ ଭୋଜନ ବିକଳ୍ପ ବାଛିବାରେ ସହୟତା ପାଇଁ ନୂଆ ଯୋଜନା ଆରମ୍ଭ କରାଯାଉଛି । ଏଥିପାଇଁ ପ୍ୟାକେଜଡ୍ ଖାଦ୍ୟ ପଦାର୍ଥ ଉପରେ ଫ୍ରଣ୍ଟ-ଅଫ୍-ପ୍ୟାକେଜ (ଏଫଓପି) ଲେବଲିଂ କରାଯିବ ବୋଲି କୁହାଯାଇଛି । ପ୍ୟାକେଟର ପଛପାଖ ଅପେକ୍ଷା ଗ୍ରାହକଙ୍କୁ ସହଜରେ ଦେଖାଯିବା ପାଇଁ ସାମ୍ନା ପଟରେ ଖାଦ୍ୟ ପଦାର୍ଥର ସୂଚନା ଦିଆଯିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.