ମହିଳାଙ୍କ ପରି ପୁରୁଷଙ୍କର ବି ହୁଏ ପିରିୟ୍ଡ଼ସ, ଏହାକୁ ନେଇ ଡାକ୍ତର କ’ଣ କୁହନ୍ତି ଜାଣନ୍ତୁ
ପୁରୁଷମାନଙ୍କର ମଧ୍ୟ ମହିଳାଙ୍କ ପରି ହୁଏ ମାସିକ ଋତୁସ୍ରାବ
ଓଡିଶା ଭାସ୍କର: ମହିଳାମାନଙ୍କୁ ପ୍ରତି ମାସରେ ପିରିୟଡ୍ସ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିଛି ମହିଳାଙ୍କ ପାଇଁ ଏହି ପ୍ରକ୍ରିୟା ସ୍ୱାଭାବିକ ହୋଇଥିବାବେଳେ ଆଉ କିଛି ମହିଳାଙ୍କ ପାଇଁ ଏହା ବହୁତ କଷ୍ଟକର ହୋଇଥାଏ। ତେବେ ଆପଣ କ’ଣ ଜାଣନ୍ତି, ମହିଳାଙ୍କ ପରି ପୁରୁଷମାନଙ୍କୁ ମଧ୍ୟ ପିରିୟଡ୍ସ ହୋଇଥାଏ ବୋଲି? ବିଶ୍ୱାସ ନ ହେଲେ ବି ଏହା ସତ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ଡାକ୍ତରମାନେ କ’ଣ କୁହନ୍ତି।
ପୁରୁଷ ପିରିୟଡ୍ସ କିପରି ହୁଏ? ଏହା ସତ ଯେ, ପୁରୁଷମାନଙ୍କର ମଧ୍ୟ ମହିଳାଙ୍କ ପରି ପିରିୟଡ୍ସ ହୁଏ। ଏହାକୁ ପୁରୁଷ ପିରିୟଡ୍ସ କୁହାଯାଏ। ବୈଜ୍ଞାନିକ ଭାଷାରେ ଏହାକୁ ଇରିଟେବ୍ଲି ମେଲ୍ ସିଣ୍ଡ୍ରୋମ୍ କୁହାଯାଏ। ଏଥିରେ ପୁରୁଷମାନଙ୍କଠାରେ ସେହି ସମସ୍ତ ଲକ୍ଷଣ ଦେଖାଯାଏ, ଯାହା ପିରିୟଡ୍ସ ସମୟରେ ମହିଳାଙ୍କଠାରେ ଦେଖାଯାଏ।କିନ୍ତୁ ମହିଳାଙ୍କ ପରି ପୁରୁଷମାନଙ୍କଠାରେ କୌଣସି ରକ୍ତସ୍ରାବ ହୁଏ ନାହିଁ।
ଡାକ୍ତରମାନେ କୁହନ୍ତି ଯେ, ଏହା ପୁରୁଷମାନଙ୍କ ମଧ୍ୟରେ ଥିବା ଟେଷ୍ଟୋଷ୍ଟେରନ୍ ହରମୋନ୍ ଯୋଗୁଁ ଘଟେ। କିଛି ପୁରୁଷଙ୍କଠାରେ ଏହାର ସ୍ତର ବଢ଼ିଥାଏ ଏବଂ ହ୍ରାସ ପାଇଥାଏ। ଏହି ସମୟରେ ସେମାନଙ୍କର ମୁଡ଼ ସ୍ୱିଙ୍ଗ୍, ଥକ୍କାପଣ ଏବଂ ଡିପ୍ରେସନ୍ ଭଳି ସମସ୍ୟା ଦେଖାଯାଏ। ଡାକ୍ତରୀ ଭାଷାରେ ଏହାକୁ ପୁରୁଷ ପିରିୟଡ୍ସ କୁହାଯାଏ। କୁହାଯାଏ ଯେ ବିଶ୍ୱର ପ୍ରାୟ 26 ପ୍ରତିଶତ ପୁରୁଷ ଏହି ସମସ୍ୟାରେ ପୀଡିତ।