ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ନିଯୁକ୍ତି ଦେଲେ ରାଷ୍ଟ୍ରପତି
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ।
ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁପ୍ରିମକୋର୍ଟ କଲେଜିୟମ ଚଳିତ ମାସର 6 ତାରିଖରେ ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେବାକୁ ସୁପାରିଶ କରିଥିଲେ ।
ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ କଲିକତା ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ୍ ଟଣ୍ଡନ ।
ଜାନୁଆରୀ ୧୯ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡ଼ିଶା ହାଇକୋର୍ଟରୁ ଅଵସର ନେବା ପରେ ମୁଖ୍ୟ ବିଚାରପତି ପଦବୀ ଖାଲି ରହିଥିଲା । ବର୍ତ୍ତମାନ ହରିଶ ଟଣ୍ଡନଙ୍କୁ ନିଯୁକ୍ତି କରାଯାଇଛି ।
ଚକ୍ରଧରଙ୍କ ପରେ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ ।
କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିଥିଲେ । ଏହାପରେ ସେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେବେଠାରୁ ଏଯାଏ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।