Big News: ଭାରତ ବିରୋଧରେ ଅଭିଯୋଗ ହେଲା କାଳ! ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ
କାଡାନା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା । ଲିବରାଲ ପାର୍ଟି ନେତା ପଦରୁ ମଧ୍ୟ ଇସ୍ତଫା ଦେଲେ ।
ନୂଆଦିଲ୍ଲୀ: ଇସ୍ତଫା ଦେଲେ କାଡାନା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଆଜି ସେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କର ଉତ୍ତରାଧିକାରୀ ବଛାଯିବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀର ଦାୟିତ୍ବ ତୁଲାଇବେ । ଚଳିତ ବର୍ଷ କାନାଡାରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ବର୍ତ୍ତମାନ ଟ୍ରୁଡୋ ଇସ୍ତଫା ଦେଇଥିବା ବେଳେ ଧାର୍ଯ୍ୟ ସମୟ ପୂର୍ବରୁ ନିର୍ବାଚନ ପାଇଁ ଦାବି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
କଣ କହିଲେ ଟ୍ରୁଡୋ- କାନାଡିୟ ନାଗରିକମାନଙ୍କୁ ସମ୍ବୋଧିତ କରି ଜଷ୍ଟିନ ଟ୍ରୁଡୋ କହିଛନ୍ତି, “ମୋର ସମସ୍ତ ଉଦ୍ୟମ ସତ୍ତ୍ବେ ସଂସଦ ଅନେକ ଦିନ ଧରି ପାରାଲାଇଜ ହୋଇ ରହିଲା । କିନ୍ତୁ ମୁଁ ଜଣେ ଫାଇଟର । ମୁଁ ମୋର ଦେଶ କାନାଡା ବିଷୟରେ ସର୍ବଦା ଚିନ୍ତା କରିବି । ମୁଁ ମୋ ଦେଶର ଉନ୍ନତି ପାଇଁ ଲଢିବି । ଏହି ସଂଗ୍ରାମ ଆଗକୁ ଜାରି ରହିବ ।
ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଲିବରାଲ ପାର୍ଟି ମଧ୍ୟରେ ଆଭ୍ୟନ୍ତରୀଣ ଯୁଦ୍ଧ ହୋଇଥିଲା । ଯେଉଁ କାରଣରୁ ମୁଁ ଦଳର ନେତା ତଥା କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 53 ବର୍ଷର ଟ୍ରୁଡୋ କହିଛନ୍ତି ଯେ ମୋର ପୂର୍ବତନ ପତ୍ନୀ ଏବଂ ପିଲାମାନଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ।
କଣ ରହିଥିଲା ମାମଲା- ଗତ କିଛି ବର୍ଷ ମଧ୍ୟରେ ଜଷ୍ଟିନ ଟ୍ରୁଡୋଙ୍କ ଲିବରାଲ୍ ପାର୍ଟିରେ ବିଦ୍ରୋହର ସ୍ୱର ବୃଦ୍ଧି ପାଇଛି । ସିଆନ୍ କେସି ଏବଂ କେନ୍ ମ୍ୟାକଡୋନାଲ୍ଡଙ୍କ ସମେତ ଦଳର ବହୁ ହାଇ ପ୍ରୋଫାଇଲ୍ ସାଂସଦ ଜଷ୍ଟିନ ଟ୍ରୁଡୋଙ୍କ ବିରୋଧରେ ସର୍ବସାଧାରଣରେ ନିଜର ମତ ପ୍ରକାଶ କରିଛନ୍ତି । ଏହି ସାଂସଦମାନେ ସେମାନଙ୍କର ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଏବଂ ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି । ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଟ୍ରୁଡୋ ଉପରେ ଦଳ ଚାପ ପକାଉଛି ।
କାନାଡାର ଶାସକ ଲିବରାଲ୍ ପାର୍ଟିର ଅନେକ ନେତା ଅଭିଯୋଗ କରିଛନ୍ତି ଯେ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅଭିଯୋଗ କରି ସରକାରଙ୍କ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କେତେକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଲିବରାଲ୍ ପାର୍ଟିର ଅତି କମରେ 20 ଜଣ ସାଂସଦ ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବିରେ ଏକ ପିଟିସନରେ ଦସ୍ତଖତ କରିଛନ୍ତି ।