fbpx

‘Kahani Ghar Ghar Kii’ର ଅଭିନେତ୍ରୀ ରଜିତା କୋଚର ଆଉ ନାହାନ୍ତି

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ପୁଣି ଏକ ଦୁଃଖ ଖବର ଆସିଛି । ଆଜି ମରାଠୀ ସିରିୟଲ ଅଭିନେତ୍ରୀ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ବେଳେ ପୁଣି ଜଣେ ଅଭିନେତ୍ରୀଙ୍କ ପରଲୋକ ଘଟିଛି । ‘କହାନୀ ଘର ଘର କୀ’ର ଅଭିନେତ୍ରୀ ରଜିତା କୋଚରଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଟେଲିଭିଜନ ଓ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିଲେ । ଏହାଛଡ଼ା ସେ ହାତିମ ଓ କବଚ ପରି ଶୋ’ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥିଲେ ।

ରଜିତା ଶେଷ ଥର ପାଇଁ କଙ୍ଗନା ରଣାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଆସିଥିଲେ । ତାଙ୍କର ମୃତ୍ୟୁଖବର ସାରା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳାଇ ଦେଇଛି । ୭୦ ବର୍ଷ ବୟସରେ ମଧ୍ୟ ରଜିତା ବେଶ୍ ଆକ୍ଟିଭ୍ ଓ ଫିଟ୍ ଥିଲେ । ଆଜି ବି ଘରେ ଘରେ ତାଙ୍କୁ ସମସ୍ତେ ‘କହାନୀ ଘର ଘର କୀ’ର ଦାଦି ବୁଆ ଭାବେ ଜାଣନ୍ତି । କିଡନୀ ଫେଲ୍ୟୁଅର କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଗତ ଏକ ବର୍ଷ ଧରି ସେ ବ୍ରେନ ଷ୍ଟ୍ରୋକରେ ପୀଡ଼ିତ ଥିଲେ । ଏହାପରେ ସେ ପାରାଲିସିସରେ ପୀଡ଼ିତ ହୋଇଥିଲେ । ଦର୍ଶକଙ୍କ ଆଶିର୍ବାଦ ଓ ମେଡିସିନ ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ମାତ୍ର ଗତ ୨୦ ତାରିଖରେ ଅଚାନକ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ସହ ପେଟ ଯନ୍ତ୍ରଣା ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସେଠାରେ ଭେଣ୍ଟିଲେଟରେ ରଖାଯାଇଥିଲା । ଅଧିକାଂଶ କୋ-ଷ୍ଟାରମାନେ ରଜିତାଙ୍କୁ ‘ମାଆ’ ବୋଲି ସମ୍ବୋଧନ କରୁଥିଲେ । ମାତ୍ର ଆଜି ସେଇ ମାଆ ସମସ୍ତଙ୍କୁ ଚିରଦିନ ପାଇଁ ଅନାଥ କରି ଆରପାରିକୁ ଚାଲିଯାଇଛନ୍ତି ।

Get real time updates directly on you device, subscribe now.