fbpx

ଟିମ ଇଣ୍ଡିଆର ସିଲେକ୍ସନକୁ ନେଇ ନିରାଶ କୈଫ: ଏହି ଖେଳାଳିଙ୍କ କରୁଛନ୍ତି ମିସ

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆରାମ ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ତାଙ୍କ ବ୍ୟତୀତ ଅନ୍ୟ କିଛି ଖେଳାଳିମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । କିନ୍ତୁ ଦଳର ଏହି ସିଲେକ୍ସନକୁ ନେଇ ନିରାଶ ଜାହର କରିଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ କୈଫ ।

Mohammad Kaif shares that his parents didn't watch his final winning knock  of NatWest series 2002

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦଳର ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏହି ଚୟନକୁ ନେଇ ନିରାଶା ପ୍ରକାଶ କରିଛନ୍ତି ମହମ୍ମଦ କୈଫ । ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ପକ୍ଷରୁ ଦମଦାର ଫର୍ମରେ ଥିଲେ ଅଶ୍ୱୀନ । ତେଣୁ ତାଙ୍କୁ ଦଳରେ ସ୍ଥାନ ଦିଆଯିବା ଉଚିତ ଥିଲା ବୋଲି କୈଫ ମତ ରଖିଛନ୍ତି । ଦଳରେ ଲେଗ ସ୍ପିନରଙ୍କ ସ୍ଥାନରେ ଅଶ୍ୱୀନଙ୍କୁ ନିଆଯିବା ଉଚିତ ଥିଲା । ଗତ ଟି-୨୦ ବିଶ୍ୱକପ ଦଳର ଅଂଶ ଥିବା ଅଶ୍ୱୀନ ଆଇପିଏଲ ଜବରଦସ୍ତ ଫର୍ମ ଜାରି ରଖିଥିଲେ । ତାଙ୍କର ଅଭିଜ୍ଞତା ଫଳରେ ସେ ନୂଆ ବଲରେ ପ୍ରଥମ ୬ ଓଭରରେ ବୋଲିଂ କରିବା ସହିତ ବ୍ୟାଟିଂ ମଧ୍ୟ କରିପାରିବେ ।

Ravichandra Ashwin - Numbers part of Ravichandran Ashwin's journey -  Telegraph India

୮୬ ଟେଷ୍ଟ ଖେଳି ୪୪୨ ୱିକେଟ ହାସଲ କରିଥିବା ଅଶ୍ୱୀନ ୪ ବର୍ଷ ପରେ ସୀମିତ ଓଭର କ୍ରିକେଟକୁ କମବ୍ୟାକ କରିଥିଲେ । ଗତବର୍ଷ ଟି-୨୦ ବିଶ୍ୱକପ ସମୟରେ ଟିମ ଇଣ୍ଡିଆ ପୁଣିଥରେ ତାଙ୍କୁ ସୁଯୋଗ ଦେଇଥିଲା । ବିଶ୍ବକପରେ ସୁନ୍ଦର ପ୍ରଦର୍ଶନ ପରେ ସେ ଦଳକୁ ଫେରିଛନ୍ତି ।

Get real time updates directly on you device, subscribe now.