ବେଦାନ୍ତ ଆଲୁମିନିୟମ ତୀରନ୍ଦାଜ ତାଲିମ କେନ୍ଦ୍ରରେ ପ୍ରଶିକ୍ଷିତ ଖିରୋଦ ଜିତିଲେ ସ୍ୱର୍ଣ୍ଣ ପଦକ, ରାଜ୍ୟ ପାଇଁ ଆଣିଲେ ଗୌରବ
ଗତବର୍ଷ ୪୦ ପଦକ ଜିତିଛନ୍ତି ଆଲୁମିନିୟମ ତୀରନ୍ଦାଜୀ ପ୍ରଶିକ୍ଷଣର ଛାତ୍ରଛାତ୍ରୀ । ଗ୍ରାମାଞ୍ଚଳରୁ ପ୍ରତିଭାଙ୍କୁ ଖୋଜି ବାହାର କରିବା ଉହାର ଉଦ୍ଦେଶ୍ୟ ।
ଭୁବନେଶ୍ୱର: ଭାରତ ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡ଼ା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବ ତୀରନ୍ଦାଜମାନଙ୍କୁ ପ୍ରୋତ୍ସାହିତ କରିଆସୁଛି ।
ଏହି ଅଞ୍ଚଳର ଜଣେ ଯୁବ ପ୍ରତିଭା ଖିରୋଦ କୁମାର କୋଲକାତାରେ ଅନୁଷ୍ଠିତ ସିବିଏସଇ ପୂର୍ବ ଜୋନାଲ ତୀରନ୍ଦାଜ ଚାମ୍ପିଅନସିପରେ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।
୧୯ ବର୍ଷ ବୟସରୁ କମ୍ଭାରତୀୟ ରାଉଣ୍ଡ ବର୍ଗରେ ପ୍ରତିଯୋଗୀତା କରି ଖିରୋଦ ଭଲ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ସେ ଗତ ୩ ବର୍ଷ ହେବ ବେଦାନ୍ତ ତୀରନ୍ଦାଜ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି ।
ଖିରୋଦଙ୍କ ଉଦ୍ଦେଶ୍ୟରେ ଆଲୁମିନା ବ୍ୟବସାୟର ସିଇଓ ପ୍ରଣମ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଖିରୋଦଙ୍କ ସଫଳତା ରାଜ୍ୟ ପାଇଁ ଗୌରବ । ବେଦାନ୍ତ କ୍ରୀଡ଼ା ଜରିଆରେ ଯୁବପିଢ଼ିଙ୍କୁ ସାକ୍ତ କରିବା ସହିତ ଶୃଙ୍ଖଳା ଏବଂ ଆତ୍ମବିଶ୍ୱାସୀ କରୁଛି ।
୨୦୧୮ ମସିହାରେ ଆରମ୍ଭ ହୋଇଥିବା ବେଦାନ୍ତ କ୍ରୀଡ଼ା ତାଲିମ ପଦକ୍ଷେପ ଅନୁନ୍ନତ ସମ୍ପ୍ରଦାୟ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରୋତ୍ସାହିତ କରୁଛି ।
ଏଠାରେ ପ୍ରଶିକ୍ଷଣ ନେଉଥିବା ପିଲା ଦୋବ୍ୟାପୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଏଡାରେ ୧୦୦ରୁ ଅଧିକ ଯୁବପିଢ଼ିଙ୍କୁ ତୀରନ୍ଦଜୀ ଶିଖାଯାଉଥିବାବେଳେ ଗତବର୍ଷ ୪୦ ଛାତ୍ରଛାତ୍ରୀ ପଦକ ଜିତି ପ୍ରଶଂସିତ ହୋଇଛନ୍ତି ।